ସଡ଼କ ସୁରକ୍ଷା ଜୀବନ ସୁରକ୍ଷା ସଚେତନା କାର୍ଯ୍ୟକ୍ରମ

ଉମରକୋଟ : ଆଜି ନବରଙ୍ଗପୁର ପୋଲିସ ସୌଜନ୍ୟରେ ରାଇଘର ଥାନା ଆଇଆଇସି ଗୋବିନ୍ଦ ଚନ୍ଦ୍ର ବୁରୁଦା, ଏସଆଇ ମନୋରଞ୍ଜନ ବେହେରା ଓ ଏସ ଆଇ ବୀନ୍ଦ୍ର କୁମାର ପ୍ରଧାନଙ୍କ ତତ୍ତ୍ବାବଧାନରେ ବିଏସ ଯବାନ ଓ ରାଇଘର ପେଣ୍ଡ୍ରାଣୀ କଲେଜର ଛାତ୍ରଛାତ୍ରୀ ମାନେ ”ସଡ଼କ ସୁରକ୍ଷା ଜୀବନ ସୁରକ୍ଷା” ସ୍ଲୋଗାନ ଦେଇ ରାଇଘର ସହର ପୁରା ପରିକ୍ରମା କରିଥିଲେ | ଯେଉଁମାନେ ହେଲମେଟ ନ ପିନ୍ଧି ଦୁଇ ଚକିଆ ମଟର ଯାନରେ ଯିବା ଆସିବା କରୁଥିଲେ ସେମାନଙ୍କୁ ଅଟକାଇ, ହେଲମେଟ,ଗାଡ଼ି ଚାଳନା ଲାଇସେନ୍ସ, ଗାଡ଼ି ରେଜିଷ୍ଟ୍ରସନ, ଗାଡିର ଇନ୍ସୁରାନ୍ସ ଓ ଗାଡିର ପଲ୍ୟୁସନ ପ୍ରମାଣ ପତ୍ର ବିଷୟରେ ଓ ଆବଶ୍ୟକ କାଗଜ ପତ୍ର ସଠିକ ରଖି ଚଳାନ୍ତୁ ବୋଲି ବୁଝାଇଥିଲେ | ଘରେ ଆପଣଙ୍କର ପରିବାର ଅଛି ପୁଅ ଝିଅ ଅଛି ଆପଣଙ୍କର କିଛି ହେଲେ ସେମାନଙ୍କର ଅବସ୍ଥା କଣ ହେବ ଥରେ ଚିନ୍ତା କରୁନ୍ତୁ l ବିନା ହେଲମେଟରେ ଯାତାୟାତ କଲେ ପ୍ରଶାସନ ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କହି ବୁଝାଇଲେ l ଆଜିର ଏହି ସଚେତନା କାର୍ଯ୍ୟକ୍ରମଟିକୁ ରାଇଘର ଓ ଆଖପାଖ ଅଞ୍ଚଳର ଜନସାଧାରଣ ବୁଦ୍ଧିଜୀବୀ ପ୍ରଶଂସା କରିଥିଲେ |

nis-ad
Leave A Reply

Your email address will not be published.