ବ୍ଲକ ସ୍ତରୀୟ ଦିବ୍ୟାଙ୍ଗ କ୍ରୀଡ଼ା ପ୍ରତିଯୋଗିତା…

ଚିକିଟୀ : ଚିକିଟୀ ବ୍ଲକ ଚିକିଟୀପେଣ୍ଠ ସ୍ଥିତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଦିବ୍ୟାଙ୍ଗ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ରେ ଚିକିଟି ବ୍ଲକ ଅଧ୍ୟକ୍ଷ ଆପନ୍ନା ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଵଳନ କରିଥିବା ବେଳେ ବ୍ଲକ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥଲେ। ଏବିଓ ସିମାଞ୍ଚଳ ପଣ୍ଡା,ନିଗମାନନ୍ଦ ପଣ୍ଡା,ପ୍ରଭାକର ସେଠି,ବ୍ଲକ ରିସର୍ଚ ଟୀଚର ତାରାପ୍ରସାଦ ପ୍ରଧାନ,ପ୍ରମୁଖ ମଞ୍ଚାସୀନ ହୋଇ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟ ନେଇ ମତବ୍ୟକ୍ତ କରିଥିଲେ । ପରେ ପରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସଙ୍ଗୀତ,ମ୍ୟୁଜିକାଲ, ଚେୟାର,ଚିତ୍ରାଙ୍କନ ଭଳି ବିଭିନ୍ନ ପ୍ରତିଯୋଗୀତା କରାଯାଇ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରଯାଇଥିଲା । ଏଭଳି କାର୍ଯ୍ୟକର୍ମ ଦ୍ଵାରା ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ଭିତରେ ଥିବା ଅନ୍ତର୍ନିହିତ ଗୁଣାବଳୀ ର ବିକାଶ ଘଟିବା ନେଇ ବ୍ଲକ ଶିକ୍ଷାଧିକାରୀ ଆଲୋକପାତ କରିବା ସହ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ସକାଶେ ଆସୁଥିବା ସରକାରୀ ସୁବିଧାକୁ ସେମାନଙ୍କ ନିକଟରେ ପହଞ୍ଚାଇବା ନେଇ ମତ ପ୍ରକାଶ କରିଥିଲେ । କୃତି ଛାତ୍ରଛାତ୍ରୀ ମାନଙ୍କ ମୂଲ୍ୟାୟାନ ସକାଶେ,ଭବାନୀଶଙ୍କର ମହାପାତ୍ର,ବାଳକୃଷ୍ଣ ପଣ୍ଡା,ହରିଶ୍ଚନ୍ଦ୍ର ପ୍ରଧାନ,ପ୍ରଫୁଲ୍ଲ ମହାନ୍ତି,ରୀଙ୍କୁ ସେଠୀ,ପ୍ରମୁଖ ଉପସ୍ଥିତ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ତ୍ରିନାଥ ସାହୁ,ମନୋଜ କୁମାର ମହାରଣା ପ୍ରମୁଖ ଙ୍କ ଉପସ୍ଥିତ ଓ ସହଯୋଗ ରେ ଏହି କାର୍ଯ୍ୟକ୍ରମଟି ସାଫଲ୍ୟ ମଣ୍ଡିତ ହୋଇଥିଲା ।

nis-ad
Leave A Reply

Your email address will not be published.