ବିଜେପିର ୧୨ ଘଣ୍ଟିଆ ନବରଙ୍ଗପୁର ସହର ବନ୍ଦ ପାଳନ…

ବନ୍ଦ ପାଳନକୁ ସମର୍ଥନ କଲେ ସରକାରୀ ବେସରକାରୀ ସଙ୍ଗଠନ

ନବରଙ୍ଗପୁର: ବିଜେପିର ୧୨ ଘଣ୍ଟିଆ ନବରଙ୍ଗପୁର ମ୍ୟୁନିସିପାଲିଟି ବନ୍ଦ ପାଳନ । ନବରଙ୍ଗପୁର ନଗରପାଳ କୁନୁ ନାୟକଙ୍କୁ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅନ୍ୟା ଦାଶଙ୍କ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ପ୍ରତିବାଦ ରେ ନବରଙ୍ଗପୁର ମୁନିସିପାଲଟି ଅଞ୍ଚଳ ତଥା ନବରଙ୍ଗପୁର ସହର ବନ୍ଦ ପାଳନ କଲା ଜିଲ୍ଲା ବିଜେପି । ସକାଳ୬ ରୁ ଆରମ୍ଭ ହୋଇଥିବା ଏହି ବନ୍ଦ ପାଳନ ସମୟରେ ନବରଙ୍ଗପୁର ସହରର ବିଭିନ୍ନ ସ୍ଥାନ ଓ ଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି ଜିଲ୍ଲା ବିଜେପିର କର୍ଯ୍ୟକର୍ତା । ଯାହାଫଳରେ ସହର ଭିତର ଦେଇ ଯାତାୟାତ ବାଧା ପ୍ରାପ୍ତ ହୋଇଛି । ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ଅଟକି ରହିଥିଲା । ଏହାସହ ସହର ମଧ୍ୟରେ ସମସ୍ତ ଦୋକାନ ବଜାର , ସମସ୍ତ ବ୍ୟାଙ୍କ , ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ଏହି ବନ୍ଦ ପାଳନ ସମୟ ରେ ଜରୁରୀ ସେବା କୁ ବାଦ ଦିଆଯାଇଛି । ଗତ ୧ ତାରିଖ ନବ ବର୍ଷ ଦିନ ହକି ବିଶ୍ୱକପ ଟ୍ରଫିର ସ୍ୱାଗତ କାର୍ଯ୍ୟକ୍ରମ ସମୟରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅନ୍ୟା ଦାଶ ନବରଙ୍ଗପୁର ନଗରପାଳ ଙ୍କୁ Who are you ଏବଂ ତୁମେ ପ୍ରଟୋକଲ ଜାଣି ନାହଁ କି ?? କହି ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛି ଜିଲ୍ଲା ବିଜେପି । ଯାହାର ପ୍ରତିବାଦ ରେ ଗତକାଲି ଜିଲ୍ଲା ବିଜେପି କାର୍ଯ୍ୟକର୍ତା ମାନେ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ମୁଖ୍ୟ ଫାଟକ ତାଲା ଦେଇ ଫାଟକ ସମ୍ମୁଖ ରେ ଧାରଣା ଦେଇଥିଲେ । ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ଆସି ନଗରପାଳ ଙ୍କୁ କ୍ଷମା ମାଗିବା ପାଇଁ ଦାବି କରିଥିଲେ । ପରବର୍ତ୍ତୀ ମୁହୂର୍ତ୍ତ ରେ କାର୍ଯ୍ୟାଳୟ ସମ୍ମୁଖରେ ଟାୟାର ଜାଳି ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ଫଳରେ ପୋଲିସ ରାସ୍ତା ଅବରୋଧ କାରୀ ବିଜେପି କାର୍ଯ୍ୟକର୍ତା ଙ୍କୁ ଉଠାଇ ନେଇଥିଲା ପୋଲିସ । ଆଜି ତାର ପ୍ରତିବାଦ ରେ ଆଜି ନବରଙ୍ଗପୁର ମୁନୁସିପାଲିଟି ଅଞ୍ଚଳ ବନ୍ଦ ଡାକରା ଦେଇଥିଲା ଜିଲ୍ଲା ବିଜେପି । ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ହୋଇ ନିର୍ବାଚିତ ପ୍ରତିନିଧି ଙ୍କୁ ଏଭଳି ଆଚରଣ ପ୍ରଦର୍ଶନ କରିବା ଗଣତନ୍ତ୍ର ପାଇଁ ଶୋଭନିୟ ନୁହଁ ଏବଂ ଅଧିକାରୀ ଜଣକ ନିସର୍ତ କ୍ଷମା ପ୍ରାର୍ଥନା ଦାବି କରିଛି ବିଜେପି। ଆଜି ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ଓ ଉପ ଜିଲ୍ଲାପାଳ ଧାରଣା ସ୍ଥଳ ରେ ପହଞ୍ଚି ଜିଲ୍ଲାପାଳଙ୍କ ସହ ଆଲୋଚନା ପାଇଁ ନିବେଦନ କରିଥିଲେ । ପରେ ଜିଲ୍ଲା ବିଜେପିର ଏକ ପ୍ରତିନିଧି ଦଳ ସ୍ଥାନୀୟ ସର୍କିଟ ହାଉସ ଠାରେ ନବରଙ୍ଗପୁର ଜିଲ୍ଲାପାଳ କମଲଲୋଚନ ମିଶ୍ର ଙ୍କ ଓ ଜିଲ୍ଲା ଅଧିକାରୀଙ୍କ ସହ ବିଜେପି କର୍ମକର୍ତ୍ତାଙ୍କ ଆପୋଷ ଆଲୋଚନା ହୋଇଥିଲା । ଦଳର ନେତୃବୃନ୍ଦ ପି ଡି ମହାଶୟା ଶ୍ରୀ କୁନୁ ନାୟକ ନଗରପାଳ ଙ୍କୁ କ୍ଷମା ମାଗିବା ସହ ତୁରନ୍ତ P.Dଙ୍କ ବଦଳି ଦାବି କରାଯାଇଥିଲା । ଜିଲ୍ଲାପାଳ ଶ୍ରୀ ମିଶ୍ର ପି ଡି ଡି ଆର ଡି ଏ ଙ୍କ ବଦଳି ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।ପରେ ରାସ୍ତା ଅବରୋଧ କରି ବସିଥିବା ଧାରଣା ସ୍ଥଳକୁ ଯାଇ ବିଜେପିର କାର୍ଯ୍ୟକର୍ତ୍ତା ମାନଙ୍କୁ ମଧ୍ୟ ଜିଲ୍ଲାପାଳ ହୋଇଥିବା ନିଷ୍ପତି ବିଷୟରେ ଅବଗତ କରିବା ପରେ ବିଜେପି କାର୍ଯ୍ୟକର୍ତା ମାନେ ଆନ୍ଦୋଳନରୁ ଓହରିଥିଲେ।ଏହାଫଳରେ ରାସ୍ତା ଅବରୋଧ ହଟିଥିଲା। ଯାତାୟତ ସ୍ୱାଭାବିକ ହୋଇଥିଲା।ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅନ୍ୟା ଦାଶଙ୍କ ବଦଳି ଦାବୀ ନେଇ ବିଜେପିର ଲିଖିତ ଅଭିଯୋଗକୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ ବୋଲି ଜିଲ୍ଲାପାଳ କହିବା ପରେ ୧୫ ଦିନ ମଧ୍ୟରେ ଦାବି ପୂରଣ ନହେଲେ ଜିଲ୍ଲାବ୍ୟାପୀ ଆନ୍ଦୋଳନ କରାଯିବା ଓ ପ୍ରତି ବ୍ଲକ ସ୍ତରରେ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦୃଢ଼ ବିରୋଧ କରାଯିବ ବୋଲି ଜିଲ୍ଲା ବିଜେପି ଚେତାବନୀ ଦେଇଛନ୍ତି । ଏହି ଆନ୍ଦୋଳନକୁ ନବରଙ୍ଗପୁର ସହରବାସୀ ସମର୍ଥନ କରି ସଫଳ କରିଥିବାରୁ ପୌର ଅଧକ୍ଷ କୁନୁ ନାୟକ ସହର ବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଜିର ଏହି ୧୨ ଘଣ୍ଟିଆ ବନ୍ଦ ପାଳନରେ ନବରଙ୍ଗପୁର ନଗରପାଳ କୁନୁ ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ , ରମେଶ ସାହୁ , ରାଜ୍ୟ ଯୁବ ମୋର୍ଚ୍ଚା କାର୍ଯ୍ୟକାରୀ ସଦସ୍ୟ କାହୁଁ ଦାସ , କାଉନସିଲର ଏ.ସତିଶ , ଶର୍ମିଷ୍ଠା ଦେଓ, ଅମିତ ପ୍ରଧାନ , ସମେଶ ଖରା , ମମତା ମହାରଣା , ପୁନମ ସାହୁ , ନଗର ସଭାପତି ପିଣ୍ଟୁ ମିଶ୍ର , ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସୁବ୍ରତ ମିଶ୍ର , ବିଜେପି ବରିଷ୍ଠ ନେତା ଝାଡେଶ୍ୱର୍ ଖାଡଙ୍ଗା, ସତ୍ୟବାଦୀ ଷଡ଼ଙ୍ଗୀ , ରାଜେନ୍ଦ୍ର ତ୍ରିପାଠୀ , ମୃତାଞ୍ଜୟ ଦାସ , ମୃତାଞ୍ଜୟ ମହାରଣା , ଶ୍ରୀଧର ପାତ୍ର , ଭିକି ଜେନା , ବିନୁ ସୁନା , ସୁକାନ୍ତି ବେହେରା , ମିନତି ପଟ୍ଟନାୟକ ସମେତ ଶତାଧିକ ବିଜେପି କର୍ମୀ ଉପସ୍ଥିତ ରହିଥିଲେ।

nis-ad
Leave A Reply

Your email address will not be published.