ସାବିତ୍ରୀ ବାଇ ଫୁଲେଙ୍କ ଜନ୍ମ ଦିବସ ପାଳିତ…

ଫୁଲବାଣୀ : ଜାଗ୍ରତ କନ୍ଧମାଳ ଓଡିଶା ସାମାଜିକ ସଂଗଠନର ମହିଳା ସଂଗଠିକା ଶ୍ରୀମତି ପାର୍ବତୀ ନାୟକଙ୍କ ନେତୃତ୍ବରେ ମାତା ସାବିତ୍ରୀ ବାଇ ଫୁଲେଙ୍କ ଜନ୍ମ ଦିବସ ଫୁଲବାଣୀ ସହରର ସଗଡିଆ ସାହି ଠାରେ ପାଳିତ ହୋଇଯାଇଛି । ଆଜିର ଦିନ ଅର୍ଥାତ ୩.୧-୧୮୩୧ ମସିହା ମହାରାଷ୍ଟ୍ରର ନଇଗାଁରେ ତାଙ୍କର ଜନ୍ମ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜାଗ୍ରତ କନ୍ଧମାଳ ସାମାଜିକ ସଂଗଠନର ପ୍ରତିଷ୍ଠାତା ତଥା ବରିଷ୍ଠ ଆଇନଜୀବୀ ସତ୍ୟ ନାରାୟଣ ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥ୍‌ ଭାବେ ସାମ୍ବାଦିକ କ୍ଷୀରୋଦ କୁମାର ସାହାଣୀ, ଯୋଗ ଦେଇଥିଲେ l ମୁଖ୍ୟ ଅତିଥି ଶ୍ରୀ ବେହେରା ଯୋଗଦେଇ ସାବିତ୍ରୀ ବାଇ ଫୁଲେ ଦଳିତ ମାନଙ୍କ ନିମନ୍ତେ କିପରି ନିଜକୁ ଉତ୍ସର୍ଗୀକୃତ କରି ନିଜେ ଶିକ୍ଷିତା ହେବା ସହିତ ଦେଶର ପ୍ରଥମ ଶିକ୍ଷିକା ଓ ସମାଜ ସଂସ୍କାରିକା ହୋଇଥିଲେ ତା’ରି ଉପରେ ଆଲୋକପାତ କରି ତାଙ୍କରି ନୀତିରେ ବ୍ରତୀ ହେବାପାଇଁ ପରାମର୍ଶ ଦେଇଥିଲେ । ସେହିପରି ତାଙ୍କର ଜନ୍ମଠାରୁ ମୃତ୍ୟୁ ଜୀବନ କିପରି ଅତିବାହିତ କରିଥିଲେ ଏବଂ ତାଙ୍କରି ଜୀବନ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ କିପରି ସଂଘର୍ଷମୟ ସେ ନେଇ ବକ୍ତବ୍ୟ ମଧ୍ଯ ବକ୍ତବ୍ୟ ରଖିଥିଲେ l ତାଙ୍କ ଜନ୍ମ ଦିବସକୁ ଭାରତ ସରକାର ଶିକ୍ଷା ଦିବସ ରୂପେ ଘୋଷଣା କରିବା ଆବଶ୍ୟକ ଏବଂ ତାଙ୍କର ଜୀବନୀ ବିଷୟରେ ପ୍ରାଥମିକ ସ୍ତରରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ପଢ଼ାଯିବା ଦରକାର ବୋଲି କହିଥିଲେ l ଏହି କାର୍ଯ୍ୟକ୍ରମରେ ଶାନ୍ତିଲତା ବେହେରା, ରୂପା ନାୟକ, ଅନୁପମା ନାୟକ ପ୍ରମୁଖ ସହଯୋଗ କରିଥିଲେ l

nis-ad
Leave A Reply

Your email address will not be published.