ଅବସର ନେଇଥିବା ସିଡିପିଓଙ୍କୁ ବିଦାୟ ଓ ନୂତନ ସିଡିପିଓଙ୍କୁ ସ୍ବାଗତ ସମ୍ବର୍ଦ୍ଧନା…

ବୁଗୁଡା : ସ୍ଥାନୀୟ ଆଇସିଡିଏସ କାର୍ଯ୍ୟାଳୟରେ କାର୍ଯ୍ୟରତ ସିଡିପିଓ ରଞ୍ଜିତା ତ୍ରିପାଠୀଙ୍କ ଅବସର ଗ୍ରହଣ ପରିପ୍ରେକ୍ଷୀରେ ତାଙ୍କୁ କର୍ମଚାରୀଙ୍କ ପକ୍ଷରୁ ସୋମବାର ଦିନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏଥିସହ ପୋଲସରା ବ୍ଲକର ସିଡିପିଓ କୁନ୍ତଳା କୁମାରୀ ନାୟକଙ୍କୁ ଏଠାରେ ଅତିରିକ୍ତ ଦାୟିତ୍ବ ଗ୍ରହଣ କରିଥିଲା ବେଳେ ତାଙ୍କୁ ମଧ୍ୟ କର୍ମଚାରୀ ଏବଂ ଅଙ୍ଗନୱାଡି କର୍ମୀ ସଂଘ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏ ଅବସରରେ ନୂତନ ସିଡିପିଓ ଦୀର୍ଘ ଦିନ ଧରି ଧାରଣାରତ ଅଙ୍ଗନୱାଡି କର୍ମୀ ଓ ସହାୟିକାଗଣଙ୍କୁ ଧାରଣା ପତ୍ଯାହୃତ କରିବା ପାଇଁ ପରାମର୍ଶ ଦେଇଥିଲେ ।

nis-ad
Leave A Reply

Your email address will not be published.