ସପ୍ତାହ ଵ୍ୟାପି ପ୍ରବଚନ ଉଦଯାପିତ…

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ପାଟଣା ସାହି ଲକ୍ଷ୍ମୀ ନୃସିଂହ ମନ୍ଦିର ପ୍ରାଙ୍ଗଣରେ ଚାଲିଥିବା ଭଗବତ କଥା ବିତରଣ ପରିଷଦ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସପ୍ତାହବ୍ୟାପୀ ଶ୍ରୀ ଜଗନ୍ନାଥ ସଂସ୍କୃତି ସଂମ୍ପର୍କରେ ପ୍ରବଚନ କାର୍ଯ୍ୟକ୍ରମ ଶନିବାର ଉଦଯାପିତ ହୋଇଯାଇଛି । ଏହି ପ୍ରବଚନ କାର୍ଯ୍ୟକ୍ରମ ରଵିବାର ଠାରୁ ଆରମ୍ଭ ହୋଇଥିଲା। ପ୍ରଵଚନ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ପଣ୍ଡିତ ଶ୍ରୀ ସୂର୍ଯ୍ୟକାନ୍ତ ରଥ ଶର୍ମା ପ୍ରବକ୍ତା ଜଗନ୍ନାଥ ସଂସ୍କୃତି ସଂମ୍ପର୍କରେ ପ୍ରବଚନ ମାଧ୍ୟମରେ ଏହାର ଅର୍ଥ ଶ୍ରଦ୍ଧାଳୁ ସ୍ରୋତାଙ୍କୁ ବୁଝାଇଥିଲେ ।ଉଦଯାପନୀ ଉତ୍ସବରେ ଗଞ୍ଜାମ ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥିଭାବେ ହିଞ୍ଜିଳିକାଟୁ ପୌରପରିଷଦ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ଯୋଗଦେଇଥିଲେ ।କାର୍ଯ୍ୟକ୍ରମକୁ ଭାଗବତ କଥା ବିତରଣ ପରିଷଦ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦେବାନନ୍ଦ ମହାପାତ୍ର, ସମ୍ପାଦକ ତରୁଣ କୁମାର ପଣ୍ଡା, ସାଧାରଣ ସମ୍ପାଦକ ମନୋଜ କୁମାର ସାହୁ, ଉପସଭାପତି ଲକ୍ଷ୍ମୀନାରାୟଣ ପଣ୍ଡା, କୋଷାଧ୍ୟକ୍ଷ ସନ୍ତୋଷ କୁମାର ପଣ୍ଡା, ଶଙ୍କର ଆଚାରୀ, ପ୍ରଫେସର ରମେଶଚନ୍ଦ୍ର ଚୌଧୁରୀ, ଅବସରପ୍ରାପ୍ତ ଅଧ୍ୟାପକ ଅରୋବିନ୍ଦ ପଣ୍ଡା ସାମ୍ବାଦିକ ଦ୍ୱୀତୀକୃଷ୍ଣ ପଣ୍ଡା, ବିଶ୍ବମ୍ବର ସାହୁ ସମେତ ସମସ୍ତ ପରିଷଦର ସଦସ୍ୟ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି।

nis-ad
Leave A Reply

Your email address will not be published.