ଶତନାମ ଧର୍ମ ପ୍ରବର୍ତ୍ତକ ସନ୍ତ ଶିରୋମଣି ଗୁରୁ ଘାସିଦାସ ବାବାଙ୍କ ୨୬୬ ତମ ଜୟନ୍ତୀ ପାଳିତ…

ଉମରକୋଟ : ଗ୍ରାମର ମାଟି, ପାଣି, ପଵନ ଓ ଦାଣ୍ଡର ଧୂଳିରେ ଏକ ନିଆରା ପଣ ଥାଏ l ସେହି ନିଆରା ପଣରେ ମହା ଧୁମଧାମରେ ପାଳିତ ହେଲା ସତନାମ ଧର୍ମର ପ୍ରବର୍ତ୍ତକ ପରମପୂଜ୍ୟ ସନ୍ତ ଶିରୋମଣି ଗୁରୁ ଘାସିଦାସ ବାବାଙ୍କ 266 ତମ ଜୟନ୍ତୀ l ଏମିତି ବିରଳ ଏକ ଜୟନ୍ତୀ ଉତ୍ସବ ଦେଖିବାକୁ ମିଳିଲା ନବରଙ୍ଗପୁର ଜ଼ିଲ୍ଲାର ସଦର ରାଇଘର ବ୍ଲକ ଅନ୍ତର୍ଗତ ଧୋଦ୍ରାପାଡ଼ା ସାହିରେ l ସନ୍ତ ଶିରୋମନି ବାବା ଘାସିଦାସଙ୍କ ଏହି ସମାରୋହରେ ଅଖିଳ ଭାରତୀୟ ଶତନାମ ଧର୍ମ ସଂସ୍ଥାର ଡ଼କ୍ଟର ଶ୍ରୀ ଜଗଜୀବନ ଖାରେ (ଦିଲ୍ଲୀ ),ନବରଙ୍ଗପୁର ସତନାମ ଜ଼ିଲ୍ଲା ସମ୍ପାଦକ ଶ୍ରୀ ଚୂନ୍ନିଲାଲ ମିର୍ଜା, ଧୋଦ୍ରାପାଡ଼ା ସାହିର ସୁରେଶ ଭାରତୀ, ତୈଳେନ୍ଦ୍ର ବଘେଲ, ଗହଣ ସତନାମୀ, ମୋହନ ସିଂ, ମୋହିତ,ରାୟମନ, ଭୁକ୍ତା, ଲମ୍ଭୁ, ରାକେଶ, ରମେଶ, ଶ୍ରୀ ଚନ୍ଦ୍ର ମୋହନ ମହନ୍ତ (ଛତିଶଗଡ ), ଲୋଖୁରାମ, ମାଲିକରାମ, ଅଶ୍ୱିନୀ, ସନୁ, କୋଣ୍ଡାଗାଁ ରୁ ପ୍ରମୁକ ଯୋଗଦାନ କରି ବାବାଙ୍କ ଜନ୍ନ ଉତ୍ସବଟିର ଶୋଭା ବଡାଇଥିଲେ l ଡ଼କ୍ଟର ଜଗଜୀବନ କହିଲେ ମନୁଷ୍ୟ ହିଂସାଦେଶ ଛାଡ଼ି ସତନାମରେ ରହି ନିଜର ପରିବାର ଓ ସମସ୍ତେ ଭାଇ ଚାରା ହୋଇ ମିଳିମିଶି ରହିବାକୁ l ଆଜିର ବିରଳ ଉତ୍ସବଟି ଛତିଶଗଡରୁ ଆଗତ “” ମନକି ଆଙ୍ଗନା ରାୟପୁର ଖୋରରା “”ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ନାଚ ଗୀତରେ ଲୋକଙ୍କ ମନ ମହିତ କରି ଉତ୍ସବଟିର ଗରିମା ବଡାଇଲେ l ଏହି ମନକି ଆଙ୍ଗନାର ପରିଚାଳନା ଦାୟିତ୍ୱରେ ମନୋଜ ଆଡିଲ ସହ ନୂଆଁ ରୂପରେ ବିଭିନ୍ନ ଗୀତ ନାଚରେ ଓ ବାଦ୍ୟ ଯନ୍ତର ତାଳରେ ରାଇଘର ଧୋଦ୍ରାପାଡ଼ା ସାହିର ପୂଜା ମଣ୍ଡପଟି ଆନନ୍ଦ ମୁଖରୀତ ହୋଇ ଝୁମିଲେ l ଅପ୍ରୀତିକର ଘଟଣା ପ୍ରତି ରାଇଘର ପୋଲିସ ପ୍ରଶାସନ ସୁରୁଖୁରୁରେ ଯେମିତି ଉତ୍ସବଟି ପାଳିତ ହୂଏ ତାହା ପ୍ରତି ସଜାକ ଦୃଷ୍ଟି ରଖିଥିଲେ l

nis-ad
Leave A Reply

Your email address will not be published.