ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଗଡ଼ିବନି ଓଡ଼ିଶାର ପ୍ରଜ୍ଞାପନ ମେଢ଼…

ଭୁବନେଶ୍ୱର: ପୁଣି ଓଡ଼ିଶାକୁ ଧକ୍କା । କାରଣ  ଓଡ଼ିଶାର ପ୍ରଜ୍ଞାପନ ମେଢ ଏଥର ବି ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଦେଖିବାକୁ ମିଳିବନି । ଏଥର ଗଣତନ୍ତ୍ର ଦିବସ ପାଇଁ ଭାରତ ସରକାର ୧୬ ରାଜ୍ୟର ପ୍ରଜ୍ଞାପନ ମେଢଙ୍କୁ ସ୍ୱୀକୃତି ଦେଇଛନ୍ତି । ହେଲେ ଏହି ତାଲିକାରେ ଓଡ଼ିଶାର ସ୍ଥାନ ନ ଥିବା ଜଣାଯାଇଛି ।  ପୂର୍ବରୁ ମଧ୍ୟ ୨ ଥର ଗଣତନ୍ତ୍ର ଦିବସ ପରେଡରେ ଓଡ଼ିଶାର ପ୍ରଜ୍ଞାପନ ମେଢକୁ ସ୍ଥାନ ମିଳି ନ ଥିଲା । ଏଥରକୁ ମିଶାଇ ୩ୟ ଥର ପାଇଁ ଓଡ଼ିଶାକୁ ନିରାଶ ହେବାକୁ ପଡ଼ିଛି ।

ଓଡ଼ିଶାର ପ୍ରଜ୍ଞାପନ ମେଢ ୨୦୧୬, ୧୭ ଏବଂ ୨୦ରେ ସାଧାରଣତନ୍ତ୍ର ଦିବସ ପରେଡରେ ଓଡ଼ିଶାର ମଡେଲ ସ୍ଥାନ ପାଇଥିଲା । ଏଥର ମଧ୍ୟ ପ୍ରଜ୍ଞାପନ ମେଢ ପାଇଁ ଓଡ଼ିଶା ପକ୍ଷରୁ ୨ଟି ମଡେଲ ପଠାଯାଇଥିଲା । ଗୋଟିଏ ଜଗନ୍ନାଥ ମନ୍ଦିର ଓ ଅନ୍ୟଟି ମୁକ୍ତେଶ୍ୱର ମନ୍ଦିର । ହେଲା ଚୂଡାନ୍ତ ତାଲିକାରେ କୌଣସି ଗୋଟିଏ ବି ମେଢ ସ୍ଥାନ ପାଇନାହିଁ । ଏହା ଓଡ଼ିଆ କଳାପ୍ରେମୀଙ୍କ ମନକୁ ଆଘାତ ଦେବାସ ସହ ବୁଦ୍ଧିଜୀବି ମହଲରେ ଉଦବେଗ ପ୍ରକାଶ ପାଇଛି ।

nis-ad
Leave A Reply

Your email address will not be published.