ଯୋଗ ଶିବିର ନାଁରେ ଆତଙ୍କବାଦୀ ତାଲିମ ଶିବିର ଚଳାଉଥିଲା ପିଏଫଆଇ…

ହାଇଦ୍ରାବାଦ : ଯୋଗ ଓ ଶାରିରୀକ ଶିକ୍ଷା ଶିବିର ନାଁରେ ମୁସଲିମ ଯୁବକମାନଙ୍କୁ ଅସ୍ତ୍ରଶସ୍ତ୍ର ତାଲିମ ଦେଉଥିଲା ଓ ସେମାନଙ୍କୁ ଦେଶ ବିରୋଧୀ ଓ ଆତଙ୍କବାଦୀ କାମ ପାଇଁ ପ୍ରେତ୍ସାହିତ କରୁଥିଲା ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ବା ପିଏଫଆଇ । ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ ପକ୍ଷରୁ ପିଏଫଆଇ ବିରୋଧରେ ଦାଖଲ ହୋଇଥିବା ଅଭିଯୋଗ ପତ୍ରରେ ଏହା ଦର୍ଶାଯାଇଛି । ହାଇଦ୍ରାବାଦରେ ଥିବା ସ୍ବତନ୍ତ୍ର ଏନଆଇଏ କୋର୍ଟରେ ଏହି ଚାର୍ଜସିଟ ଦାଖଲ ହୋଇଛି ।
ଯୁବକମାନଙ୍କୁ ପିଏଫଆଇରେ ସାମିଲ କରାଯିବା ପରେ ସେମାନଙ୍କୁ ତାଲିମ ଶିବିରକୁ ପଠାଯାଇଥିଲା, ଯେଉଁଠାରେ ସେମାନଙ୍କୁ ଗଳା, ପେଟ ଏବଂ ମୁଣ୍ଡ ପରି ଶରୀରର ଅଙ୍ଗଉପରେ ଆକ୍ରମଣ କରି ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବା ପାଇଁ କୌଶଳ ଶିକ୍ଷା ଦିଆଯାଉଥିଲା । ଛୁରୀ, ସିକଲ୍ ଏବଂ ଲୁହା ରଡ୍ କିପରି ବ୍ୟବହାର କରାଯିବ ତାହା ଶିଖାଯାଇଥିଲା ଏବଂ ଆତଙ୍କବାଦୀ କାର୍ୟ୍ୟ କରିବା ପାଇଁ ମଧ୍ୟ ଶିକ୍ଷା ଦିଆଯାଇଥିଲା । ଏହି ତାଲିମ ଶିବିରଗୁଡ଼ିକ ଯୋଗ ଏବଂ ଶାରୀରିକ ଶିକ୍ଷା ଶ୍ରେଣୀ ପରି ଛଦ୍ମବେଶରେ ଥିଲା ।

ଗୁରୁବାରଦିନ ଏନଆଇଏ ପକ୍ଷରୁ ପିଏଫଆଇର ୫୬ଟି ସ୍ଥାନ ଉପରେ ଚଢଉ କରାଯାଇଥିଲା । ଏହି ଚଢଉ ବେଳେ ମୋଟ ୧୪ ଜଣକୁ ଗିରଫ କରିଛି ଏନଆଇଏ । ଆତଙ୍କୀ କାର୍ଯ୍ୟକଳାପ ପାଇଁ ସେମାନଙ୍କୁ ଗିରଫ କରାଯାଇଛି ବୋଲି ଏନଆଇଏ କହିଛି ।

nis-ad
Leave A Reply

Your email address will not be published.