ପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ…

ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ଗୋଲାମୁଣ୍ଡୁଳା ଗ୍ରାମର ଏକ ପୋଖରୀରେ ଜନୈକ ବୃଦ୍ଧ ବୁଡିଯାଇ ମୃତ୍ୟୁ ବରଣ କରିଥିବା ଜଣାଯାଇଛି । ମୃତ ବୃଦ୍ଧ ଜଣକ ହେଲେ ପୋଲସରା ଥାନା ଅଧିନସ୍ଥ ହାତୀପାଦପଲ୍ଲୀ ଗ୍ରାମର ନଟବର ପ୍ରଧାନ (୮୦) ।ଘଟଣାରୁ ପ୍ରକାଶ ଯେ , ଆଜି ଅପରାହ୍ନ ସାଢେ ୨ଟା ବେଳେ ନଟବର ବୁଗୁଡ଼ାରୁ ପରିବା କିଣି ନିଜ ଗାଁକୁ ଫେରୁଥିବା ବେଳେ ବାଟରେ ଗୋଲାମୁଣ୍ଡୁଳା ଗାଁର ଗୁଡିବନ୍ଧ ହୁଡା କଡେ କଡେ ଯାଉଥିବା ସମୟରେ ଖସି ପଡି ପାଣିରେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଦମକଳବାହିନୀ ସେଠାରେ ପହଞ୍ଚି ନଟବରଙ୍କୁ ଉଦ୍ଧାର କରି ବୁଗୁଡ଼ା ମେଡିକାଲକୁ ଆଣିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ମୃତକଙ୍କ ପୁଅ ମୁନା ପ୍ରଧାନ ପୋଲିସ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇବା ସହ କେସ୍ ନଂ ୩୨/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଆଇଆଇସି ଚିତ୍ତ ରଞ୍ଜନ ବେହେରାଙ୍କ ଠାରୁ ପ୍ରକାଶ ପାଇଛି ।

nis-ad
Leave A Reply

Your email address will not be published.