ମଦ ପିଇ ବେପରୁଆ ଟ୍ରିପର ଟ୍ରକ ଡ୍ରାଇଭରଙ୍କ ପାଇଁ ଚାଲିଗଲା ପାଞ୍ଚଟି ବଳଦ ଓ ଜଣେ ମନୁଷ୍ୟର ଜୀବନ…

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲାର ରାଇଘର ବ୍ଲକର ନାକଟିସିମଡ଼ା ପଞ୍ଚାୟତ ଅନ୍ତର୍ଗତ ଦେଓବାରଣ ପ୍ରାଇମାରୀ ସ୍କୁଲ ମୁଖ୍ୟ ରାସ୍ତା ପାଖରେ ଦିନ ପ୍ରାୟ ତିନିଟା ବେଳେ ଏକ ଅଭାବନୀୟ ଦୁର୍ଘଟଣା ଘଟି ଯାଇଛି l କୁଞ୍ଜମ ମାରକାମ ଦିନ ତିନିଟା ବେଳେ ନିଜ ଘରର ବଳଦ ପାଖରେ ଠିଆ ହୋଇ ଥିବା ସମୟରେ ରାଇଘର ପଟରୁ ଆସିବା ଏକ ଟ୍ରିପର ଟ୍ରକ ଯାହାର ନମ୍ବର CG 07 BD 4834 ପଛ ପଟରୁ ଆସି କୁଞ୍ଜମ ମାରକାମ କିଛି ବୁଝିବା ଆଗରୁ ତାଙ୍କ ଓ ବଳଦ ଉପରେ ଚଡ଼ି ଗଲେ l ଟ୍ରିପର ଟି ବଳଦ ଓ କୁଞ୍ଜମ ମାରକାମ ଉପରେ ଚଡ଼ିଲାବେଳେ ଏତେ ଜୋର ଧମାକା ହେଲା ଆଖ ପାଖ ପଡ଼ିଶା ଘର ଲୋକ ମାନେ ଭୟଭୀତ ହୋଇ ବାହାରେ ବାହାରି ଦେଖିବାକୁ ପାଇଲେ ପାଞ୍ଚଟି ବଳଦ ଓ କୁଞ୍ଜାମ ମାରକାମ ରାସ୍ତା ଉପରେ ମରି ପଡ଼ିଛି l କୁଞ୍ଜମ ମାରକାମର ମୁଣ୍ଡ ଓ ଗୋଟିଏ ହାତ ନାହିଁ ଟ୍ରିପର ଟି ଦ୍ରୁତ ଗତିରେ ଅଙ୍କା ବଙ୍କା ହେଇ ପଳାଉଛି l ବର୍ତ୍ତମାନ ଟ୍ରିପର ଟି କୁନ୍ଦେଇ ଥାନା ଭିତରେ ଥାନା ଅଧିକାରୀ ଜବତ କରି ଇନଭେଷ୍ଟିଗେସନ କରୁଛନ୍ତି l ଟ୍ରିପର ଡ୍ରାଇଭର ଥାନାର ହାଜତରେ ବର୍ତ୍ତମାନ ଅଛି ସେ ଏତେ ପରିମାଣ ମଦ ପିଇଛି ତାହାର କଥା ହେବାର ଶକ୍ତି ମଧ୍ୟ ନାହିଁ l ଖବର ଅନୁଯାୟୀ ଏହି ଟ୍ରିପର ଟି ଭାରତମାଳା ରାସ୍ତାର କାମରେ ନିୟୋଜିତ ଠିକାଦାରଙ୍କ l ଏପଟେ ଦେଓଭାରଣର ଗ୍ରାମବାସୀ ମୁଖ୍ୟ ରାସ୍ତା ଅବରୋଧ କରି ପ୍ରତିବାଦ କରିବା ସହିତ ପ୍ରଶାସନ ଓ ଠିକାଦାରଙ୍କ ଉଦ୍ଦେଶ୍ୟ ନ୍ୟାୟ ପାଇଁ ବସିଛନ୍ତି l ଘଟଣା ସ୍ତଳରେ ରାଇଘର ପୋଲିସ ଓ କୁନ୍ଦେଇ ପୋଲିସ ପହଞ୍ଚି ଉତ୍ୟକ୍ତ ଜଣସାଧାରଙ୍କ ଆୟତ୍ତ କରି ବୁଝାସୁଝା କରୁଛନ୍ତି l

nis-ad
Leave A Reply

Your email address will not be published.