ଲୋକ କଳା-ସଂସ୍କୃତି ଭାଇଚାରା ଓ ଗ୍ରାମ୍ୟ ଏକତା ସୃଜେ : ବରିଷ୍ଠ କଳାକାର ମହାସଂଘ…

ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ “ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ” ପକ୍ଷରୁ ‘ଗାଁକୁ ଚାଲ’ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ କୋଦଳା-ସୁମଣ୍ଡଳ ସନ୍ନିକଟ ବୁରୁଝରୀ ଗ୍ରାମସ୍ଥ ‘ଶ୍ରୀ ଜଗନ୍ନାଥ ସାଂସ୍କୃତିକ କଳା ପରିଷଦ’ ଆଖଡ଼ା ଶାଳରେ ପରିଷଦର ପରିଚାଳକ ଗୁରୁ ପ୍ରସନ୍ନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସାଂସ୍କୃତିକ ସଭା ଅନୁଷ୍ଠିତ ହୋଇଯାଇଛି । ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ‘ଲୋକ କଳା-ସଂସ୍କୃତି’ ସମାଜରେ ଭାଇଚାରା ଓ ଗ୍ରାମ୍ୟ ଏକତା ସୃଜିଥାଏ ବୋଲି ଉପସ୍ଥିତ କଳାକାର ମାନଙ୍କୁ ଉଦବୋଧନ ଦେଇଥିଲେ । ଏହି ଅବସରରେ ଗ୍ରାମୀଣ ନାଟ୍ୟ ଗୁରୁ ସଞ୍ଜୟ କୁମାର ବିଷୋୟୀ, ମୃଦଙ୍ଗ ଗୁରୁ କୁନୁ ବେହେରା, ମଞ୍ଚ ଅଭିନେତା ବିଦ୍ୟାଧର ସାହୁ ଓ ତପନ କୁମାର ନାୟକ ଅତିଥି ଭାବରେ ଯୋଗଦେଇ ଲୋକ କଳା ଓ ସଂସ୍କୃତିର ମହନୀୟତା ସମ୍ପର୍କରେ ଆଲୋକପାତ କରିଥିଲେ । ସର୍ବଶ୍ରୀ ବିଜୟ କୁମାର ମହାନ୍ତି, ପଦ୍ମ ଚରଣ ନାହାକ, ଗଦାଧର ଜେନା, ଭାଗବତ ମହାନ୍ତି, ସନ୍ତୋଷ କୁମାର ସାମଲ, ପ୍ରଫୁଲ୍ଲ କୁମାର ମହାନ୍ତି, ଅଭିମନ୍ୟୁ ଜେନା, ଦୂତି ବାମନ ସାମଲ, ପ୍ରକାଶ ଚନ୍ଦ୍ର ଜେନା, ସଦାଶିବ ଡାକୁଆ, ମହେଶ୍ୱର ମହାନ୍ତି, ରାମକୃଷ୍ଣ ଜେନା, ନୀଳାଚଳ ସାହୁ ପ୍ରମୁଖ ବହୁ କଳାକାର ଏଥିରେ ଅଂଶ ଗ୍ରହଣ କରିଥିଲେ । ସଭା ପରେ ଗୁରୁ ସଞ୍ଜୟ ବିଶୋୟୀଙ୍କ ନିର୍ଦ୍ଦେଶନା କ୍ରମେ ‘ମହାଭାରତ’ ନାଟ୍ୟାଭ୍ୟାସ କରାଯାଇଥିଲା । ପରିଶେଷରେ ଡାକ୍ତର ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.