ଏସ. ରାମସ୍ୱାମୀଙ୍କ ୩୧ତମ ଶ୍ରାଦ୍ଧ ବାର୍ଷିକୀ ପାଳନ…

ବ୍ରହ୍ମପୁର : ସମାଜସେବୀ ଏସ. ରାମସ୍ୱାମୀଙ୍କ 31ତମ ଶ୍ରାଦ୍ଧ ବାର୍ଷିକୀ ପାଳନ ଅବସରରେ ତାଙ୍କ ଉଧେଶ୍ୟରେ ସ୍ମୃତି ଚାରଣ କରାଯାଇଛି l ସ୍ଥାନୀୟ ବିଜିପୁର କାଳୁଆ ସାହି ସ୍ଥିତ ତାଙ୍କ ମଦୀୟ ବାସଭବନରେ ପୂଜ୍ୟ ପୂଜା ସମିତିର ସଭାପତି ବଂଶୀଧର ଭୂୟାଁଙ୍କ ସଭାପତିତ୍ୱରେ ଆୟୋଜିତ ସ୍ମୃତି ସଭାରେ ଶିକ୍ଷକ ସଂଗଠନର ନେତା ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ବିଜୟ ଚନ୍ଦ୍ର ବିଶୋଇ,ସମାଜସେବୀ ମାଗୁଣି ନାହାକ,ଟି. ନରସିଂହମ, ଭେଙ୍କଟ ରମଣ, ପୂର୍ବତନ କାଉନସିଲର ସୂର୍ଯ୍ୟ ପ୍ରକାଶ ରାଓ, ଯୁଧିଷ୍ଠିର ରାଉତ, ଅବନୀ ଗୟା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଉଚ୍ଛlହିତ କରିବାପାଇଁ ପାଠ୍ୟ ଉପକରଣ ପ୍ରଦାନ କରାଯାଇଥିଲା ଓ ନିସ୍ଵାର୍ଥପର ସେବାପାଇଁ ସମାଜସେବୀ ତଥା ପଶୁପ୍ରେମୀ ମିନତୀ ରଥ ଓ ମନୋଜ ତରାଇଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା l l ପ୍ରକାଶ ଯୋଗ୍ୟଯେ, ଏସ. ରାମସ୍ୱାମୀ ଜଣେ ଅତ୍ୟନ୍ତ ଭଦ୍ର, ମେଳାପୀ ଓ ପରୋପକାରୀ ବ୍ୟକ୍ତି ଥିଲେ l ତାଙ୍କ ଜୀବନରେ ସେ ଅନେକ ଛାତ୍ର ଛାତ୍ରୀଙ୍କୁ ମାଗଣା ଶିକ୍ଷା ଦାନ ସହ ପାଠ୍ୟ ଉପକରଣ ପ୍ରଦାନ କରି ପାଠ ପଢିବାପାଇଁ ଉଚ୍ଛlହିତ କରୁଥିଲେ l ଅନ୍ୟର ଦୁଃଖ କଷ୍ଟ ବେଳେ ସାହାଯ୍ୟର ହାତ ବଢ଼ାଉଥିଲେ l ଏଣୁ ତାଙ୍କ ଭଳି ବ୍ୟକ୍ତି ସମାଜରେ ଖୁବ ବିରଳ ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ମହିଳା ନେତ୍ରୀ ଶାନ୍ତିଲତା ଭୂୟାଁ, କୁସୁମ କୁମାରୀ, ରାଜଲକ୍ଷ୍ମୀ ଆଦି ସହଯୋଗ କରିଥିଲେ l ଶେଷରେ ମାନବ ଅଧିକାର ସୁରକ୍ଷା ମଞ୍ଚର ନେତା ବିଜୟ ଚନ୍ଦ୍ର ବିଶୋଇ ଧନ୍ୟବାଦ ଜଣାଇଥିଲେ l

nis-ad
Leave A Reply

Your email address will not be published.