ଭାରତରେ ଅତ୍ୟାଧୁନିକ ଶିକ୍ଷା ବ୍ୟବସ୍ଥା ସୃଷ୍ଟି କରାଯାଉଛି: ପ୍ରଧାନମନ୍ତ୍ରୀ ମୋଦୀ…

ରାଜକୋଟ: ନୂତନ ଜାତୀୟ ଶିକ୍ଷା ନୀତି ଜରିଆରେ ପ୍ରଥମ ଥର ପାଇଁ ଦେଶରେ ପ୍ରଗତିଶୀଳ ଏବଂ ଉଗ୍ର-ଆଧୁନିକ ଶିକ୍ଷା ବ୍ୟବସ୍ଥା ସୃଷ୍ଟି କରାଯାଉଛି ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ଆଜି ଭିଡିଓ-ଲିଙ୍କ୍‌ ମାଧ୍ୟମରେ ଗୁଜରାଟର ରାଜକୋଟସ୍ଥିତ ‘ଶ୍ରୀ ସ୍ବାମୀନାରାୟଣ ଗୁରୁକୁଳ’ର ୭୫ତମ ‘ଅମୃତ ମହୋତ୍ସବ’ରେ ଉଦ୍‌ବୋଧନ ଦେବା ବ‌େଳେ ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଥମ ଥର ପାଇଁ ତାଙ୍କ ସରକାର କ୍ଷମତାସୀନ ହେବା ପରେ ୨୦୧୪ରେ ଦେ‌ଶରେ ‘ଆଇଆଇଟି’, ‘ଆଇଆଇଏମ୍‌’ ଏବଂ ମେଡିକାଲ୍‌ କଲେଜ୍‌ ସଂଖ୍ୟା ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି।
ଆପଣମାନେ ଭଲଭାବେ ଅବଗତ ଅଛନ୍ତି ଯେ, ଭାରତର ସୁଖୀ ଓ ସଫଳ ଭବିଷ୍ୟତ ନିମନ୍ତେ ଆମର ପ୍ରଚଳିତ ଥିବା ଶିକ୍ଷା ନୀତି ଓ ପ୍ରତିଷ୍ଠାନ ସବୁ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ତେଣୁ, ସ୍ବାଧୀନତାର ‘ଅମୃତ ବେଳା’ରେ ଶୈକ୍ଷିକ ଭିତ୍ତିଭୂମି ହେଉ ଅଥବା ଶିକ୍ଷା ନୀତି ହେଉ, ସବୁଥିରେ ଆମେ ଅତି ଦ୍ରୁତ ଓ ସମ୍ପ୍ରସାରିତ ଭାବେ ଜଡ଼ିତ ରହିଛୁ ବୋଲି ସେ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ଆଜି ଦେଶରେ ‘ଆଇଆଇଟି’, ‘ଆଇଆଇଆଇଟି’, ‘ଆଇଆଇଏମ୍‌’ ଏବଂ ‘ଏମ୍ସ୍‌’ ଭଳି ବୃହତ୍ତର ଶିକ୍ଷା ପ୍ରତିଷ୍ଠାନ ସଂଖ୍ୟା ବୃଦ୍ଧି ପାଉଛି। ୨୦୧୪ ପରେ ଡାକ୍ତରୀ କଲେଜ ସଂଖ୍ୟା ୬୫%ରୁ ଅଧିକ ବୃଦ୍ଧି ପାଇଛି। ନୂତନ ଶିକ୍ଷା ନୀତି ମାଧ୍ୟମରେ ଦେଶ ପ୍ରଥମ କରି ପ୍ରଗତିଶୀଳ ଓ ଉଗ୍ରଆଧୁନିକ ଶିକ୍ଷା ବ୍ୟବସ୍ଥା ପ୍ରସ୍ତୁତି କରୁଛି।

nis-ad
Leave A Reply

Your email address will not be published.