ବ୍ୟାଙ୍କ ଠକେଇ: ୩ଦିନିଆ ସିବିଆଇ କଷ୍ଟଡିକୁ ଗଲେ ଚନ୍ଦା କୋଚ୍ଚର ଓ ତାଙ୍କ ସ୍ବାମୀ…

ମୁମ୍ବାଇ: ଶନିବାର ଦିନ ମୁମ୍ବାଇର ସ୍ୱତନ୍ତ୍ର କୋର୍ଟ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଚର ଏବଂ ତାଙ୍କ ସ୍ୱାମୀ ଦୀପକ କୋଚ୍ଚରଙ୍କୁ ୩ଦିନିଆ ସେଣ୍ଟ୍ରାଲ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (ସିବିଆଇ) କଷ୍ଟଡିକୁ ପଠାଇଛନ୍ତି। କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା କୋର୍ଟଙ୍କୁ କହିଥିଲେ ଯେ ତଦନ୍ତ ସମୟରେ ଉଭୟ ସହଯୋଗ କରିନଥିଲେ। ତେଣୁ ସେମାନଙ୍କୁ ଗିରଫ କରାଯାଇଥିଲା। ତେବେ ଆଇସିଆଇସିଆଇ ବ୍ୟାଙ୍କ ତରଫରୁ ଭିଡିଓକନ ଗୃପକୁ ଋଣ ଦେଣନେଣରେ ତାଙ୍କ ପଦବିର ଦୁରୁପଯୋଗ କରିଥିବା ଯୋଗୁ ଚନ୍ଦା ଏବଂ ତାଙ୍କ ସ୍ବାମୀଙ୍କୁ ଶୁକ୍ରବାର ଗିରଫ କରିଥିଲା ସିବିଆଇ।
ଆଇସିଆଇସିଆଇ ବ୍ୟାଙ୍କ ଭିଡିଓକନ ଗୃପକୁ ୩୨୫୦ କୋଟି ଟଙ୍କା ଋଣ ଦେଇଥିଲା। କିନ୍ତୁ ଭିଡିଓକନ ଗୃପ ଉକ୍ତ ଋଣର ପ୍ରାୟ ୮୬ ପ୍ରତିଶତ ଅର୍ଥାତ ୨୮୧୦ କୋଟି ଟଙ୍କା ପରିଶୋଧ କରିନଥିଲା, ଯାହାକି ଏନପିଏରେ ରହିଛି। କିନ୍ତୁ ଭିଡିଓକନ ଗୃପର ଚେୟାରମ୍ୟାନ ବେଣୁଗୋପାଳ ଧୁତ ଓ ଚନ୍ଦାଙ୍କ ସ୍ବାମୀ ଦୀପକ କୋଚରଙ୍କ ମଧ୍ୟରେ ବ୍ୟାବସାୟିକ ସମ୍ପର୍କ ରହିଛି। ପରମୁହୂର୍ତ୍ତରେ ଭିଡିଓକନ ଗୃପ ନିଜ ନାମ ପରିବର୍ତ୍ତନ କରି ପିନାକଲ ଏନର୍ଜି ଟ୍ରଷ୍ଟ ନାମ ରଖିଥିଲା, ଯାହାକୁ ଚନ୍ଦାଙ୍କ ସ୍ବାମୀ ଦୀପକ ଚଲାଉଥିଲେ।

ବ୍ୟାଙ୍କର କମିଟି ୨୦୦୯ ଅଗଷ୍ଟ ୨୬ ତାରିଖରେ ୩୦୦ କୋଟି ଟଙ୍କା ଭିଡିଓକନ ଇଣ୍ଟରନେସନାଲ ଇଲେକଟ୍ରୋନିକସକୁ ଋଣ ମଂଜୁର କରିଥିଲା ଏବଂ ୨୦୧୧ ଅକ୍ଟୋବର ୩୧ ତାରିଖରେ ଭିଡିଓକନ ଇଣ୍ଡଷ୍ଟ୍ରି ଲିମିଟେଡକୁ ୭୫୦ କୋଟି ଟଙ୍କା ଋଣ ମଂଜୁର କରିଥିଲା। ଯାହାକି ବ୍ୟାଙ୍କର ନିୟମ ବିରୁଦ୍ଧ ଥିଲା। ଉକ୍ତ ଘଟଣାର ତଦନ୍ତ ଦାବି ହୋଇଥିଲା। ତେବେ ସେହି ସମୟରେ ଚନ୍ଦା କୋଚର ଉକ୍ତ ବ୍ୟାଙ୍କର ଏମଡି ଓ ସିଇଓ ଥିବାରୁ ଉକ୍ତ ଘଟଣା ଇଡିର ତଦନ୍ତ ପରିସରକୁ ଆସିଥିଲା। ପରେ ସିବିଆଇ ଉକ୍ତ ଘଟଣାରେ ଏକ ମାମଲା ରୁଜୁ କରିଥିଲା। ତଦନ୍ତ ପରେ ଚନ୍ଦା କୋଚରଙ୍କ ଏଥିରେ ସମ୍ପୃକ୍ତି ଅଭିଯୋଗରେ ଇଡି ଚନ୍ଦା କୋଚର ଏବଂ ତାଙ୍କ ସ୍ବାମୀ ଦୀପକ କୋଚରଙ୍କୁ ଗିରଫ କରିଥିଲା।

nis-ad
Leave A Reply

Your email address will not be published.