ରାଜ୍ୟ ଫରେନସିକ ଲ୍ୟାବକୁ ଗଲା ଗୋବିନ୍ଦଙ୍କ ଚିଠି

ଭୁବନେଶ୍ୱର: ବଲାଙ୍ଗୀର କଣ୍ଟାବାଞ୍ଜି ଜେଲରେ ଆତ୍ମହତ୍ୟା କରିଥିବା ଗୋବିନ୍ଦ ସାହୁର ପକେଟରୁ ଜବତ ହୋଇଥିବା ଲଫାପା ରାଜ୍ୟ ଫରେନସିକ ଲ୍ୟାବକୁ ଯାଇଛି। ଲଫାପାରେ କଣ ଲେଖାହୋଇଛି ତାହା ଯଦିଓ ଜଣାପଡିନି କିନ୍ତୁ ଏହାକୁ ସୁଇସାଇଡାଲ ନୋଟ୍ ବୋଲି କୁହାଯାଉଛି। ବିଶେଷଜ୍ଞ ଟିମ୍ ଚିଠିରେ ପ୍ରଥମେ ଲେଖା ହୋଇଥିବା ଚିଠିର ହସ୍ତାକ୍ଷର ଯାଞ୍ଚ କରିବ। ଗୋବିନ୍ଦ ସାହୁଙ୍କ ହାତ ଲେଖା ସହିତ ଚିଠିରେ ଲେଖାଥିବା ଅକ୍ଷର ମେଳ ଖାଉଛି କି ନାହିଁ ସେ ନେଇ ତଦନ୍ତ କରିବ।

ଉଲ୍ଲେଖଯୋଗ୍ଯ, ଗୋବିନ୍ଦ ସାହୁ କାହିଁକି ଆତ୍ମହତ୍ୟା କଲେ ତାହା ଏବେ ସନ୍ଦେହ ଘେରରେ। ଏପରି ସ୍ଥିତିରେ ସେ ଆତ୍ମହତ୍ୟା କରିବାପରେ ତାଙ୍କ ପକେଟରୁ ଯେଉଁ ଲଫାପା ମିଳିଛି ତାଉପରେ ସମସ୍ତଙ୍କ ନଜର ରହିଛି। ଏବେ ଏହି ଲଫାପା କ୍ରାଇମବ୍ରାଞ୍ଚ ହାତରେ ଥିଲା। ପରେ ରାଜ୍ୟ ଫରେନସିକ୍ ଲ୍ୟାବକୁ ଯାଇଛି।

ଗୋବିନ୍ଦ ସାହୁଙ୍କ ଶାଳକ ଗଣମାଧ୍ୟମକୁ କହିଥିଲେ ଏକ ମାଟିଆ ରଙ୍ଗର ଲଫାପା ଗୋବିନ୍ଦଙ୍କ ପକେଟରୁ ଉଦ୍ଧାର ହୋଇଛି। ପୁଲିସ ତାଙ୍କୁ ଏହା ଦେଖାଇ ନେଇଯାଇଛି। ହେଲେ ସେହି ଚିଠିରେ କଣ ଲେଖା ହୋଇଛି ତାକୁ ଦେଖାଇବାକୁ ସୁଯୋଗ ଦେଇନଥିଲା ପୋଲିସ।

ଏହି ମାମଲାର ତଦନ୍ତକୁ ନେଇ ପରିବାର ଲୋକେ ପ୍ରଶ୍ନ ଉଠାଉଛନ୍ତି। ଅନେକ ଶାସକ ଦଳର ନେତା ଏବଂ ବଡ ବଡିଆଙ୍କର ମମିତା ମେହେର ମାମଲାରେ ସଂପୃକ୍ତି ରହିଛି। ତେଣୁ କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେବା ଦରକାର ବୋଲି ଗୋବିନ୍ଦଙ୍କ ପରିବାର ଲୋକେ ଦାବି କରୁଛନ୍ତି। ତେଣୁ ଲଫାପାରେ ଯଦି ବଡ ବଡିଆଙ୍କ ନାଁ ଲେଖିଥିବେ ଗୋବିନ୍ଦ ତାହେଲେ ରାଜ୍ୟ ପୁଲିସ କଣ ସେହି ଚିଠିକୁ ସାର୍ବଜନୀନ କରିପାରିବ?

କ୍ରାଇମବ୍ରାଞ୍ଚର 14 ଜଣିଆ ଟିମ୍ କଣ୍ଟାବାଞ୍ଜି ଜେଲକୁ ଯାଇ ତଦନ୍ତ କରିଛନ୍ତି। କିଛି ସରକାରୀ ଦସ୍ତାବିଜ ମଧ୍ୟ ତଦନ୍ତକାରୀ ଟିମ୍ ଜବତ କରିଛନ୍ତି।

nis-ad
Leave A Reply

Your email address will not be published.