ଇତିହାସ ବିଭାଗର ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଏମସି ଏସ କଲେଜ ଅଧ୍ୟକ୍ଷ ଦିନବନ୍ଧୁ ମହାନ୍ତିଙ୍କ ସଭାପତିତ୍ବରେ ଇତିହାସ ବିଭାଗର ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ସ୍ଵାଗତ ସଙ୍ଗୀତ ମାଧ୍ୟମରେ ଯୁକ୍ତ ତିନି ସିନିୟର ଛାତ୍ରଛାତ୍ରୀ ମାନେ ଯୁକ୍ତ ତିନି ପ୍ରଥମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ କରିଥିଲେ l ଅଧ୍ୟକ୍ଷ ଶ୍ରୀ ମହାନ୍ତି ପ୍ରଦୀପ ପ୍ରଜ୍ଜ୍ଵଳନ କରି ସାଧନା ସଂକଳ୍ପ ରହିଲେ ଜୀବନ ରେ ସଫଳତା ପାଇ ପାରିବ ମାଟି,ଜନ୍ମଦାତ୍ରୀ ଓ ଭାଷାକୁ ଭଲ ପାଇବା ପାଇଁ ପରାମର୍ଶ ଦେଇଥିଲେ l ବିଭାଗୀୟ ମୁଖ୍ୟ ଅଧ୍ୟାପକ ବିଷ୍ନୁ ପ୍ରସାଦ ରଥ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ l ମୁଖ୍ୟ ଅତିଥି ଭାବରେ କଲେଜ ପ୍ରଶାସନିକ ଅଧିକାରୀ ଅଧ୍ୟାପକ ନରେନ୍ଦ୍ର ଦିଗାଲ ଯୋଗ ଦେଇ କଲେଜର ନିତି ନିୟମ ଓ ଶୃଙ୍ଖଳାକୁ ପ୍ରାଧାନ୍ୟ ଦେବା ପାଇଁ ପରାମର୍ଶ ଦେଇଥିଲେ l ଅଧ୍ୟାପକ ସୂରଜ ସାସମଲ ଇତିହାସର ଗଭୀରତାକୁ ପ୍ରବେଶ କରି ନୂଆ ଗବେଷଣା କରିବା ଉଚିତ ବୋଲି ମତ ରଖିଥିଲେ l ଅଧ୍ୟାପିକା ପ୍ରିୟଦର୍ଶିନୀ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ଶୁଭଶ୍ରୀ ବାରିକ ଧନ୍ଯବାଦ ଅର୍ପଣ କରିଥିଲେ l ଛାତ୍ର ବିମଳ ପ୍ରଧାନ, ରୁଦ୍ର ସେନ କହଁର, ଦୀପକ ଦିଗାଲ, ବିଷ୍ନୁ ପ୍ରିୟା ସାହୁ, ଅନ୍ନପୂର୍ଣ୍ଣା ମାଲିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l

nis-ad
Leave A Reply

Your email address will not be published.