ବାଲିପଦର ଡିଗ୍ରୀ କଲେଜର ଏନ୍ଏସ୍ଏସ୍ ସ୍ବତନ୍ତ୍ର ଶିବିର ଉଦଘାଟିତ

ବୁଗୁଡା : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଲିପଦର ଡିଗ୍ରୀ କଲେଜର ଏନ୍ଏସ୍ଏସ୍ ୟୁନିଟ୍ ପକ୍ଷରୁ ନିକଟସ୍ଥ ପୋଷ୍ଯଗ୍ରାମ ଢେଉକା ଠାରେ ସାତ ଦିନିଆ ଶୀତକାଳୀନ ସ୍ବତନ୍ତ୍ର ସେବା ଶିବିର ଉଦଘାଟିତ ହୋଇଯାଇଛି । ଉକ୍ତ ଶିବିରକୁ କଲେଜ ଅଧ୍ୟକ୍ଷ ବିବେକାନନ୍ଦ ପଟ୍ଟନାୟକ ଉଦଘାଟନ କରିଥିଲେ । ଶିବିର ଅବସରରେ ସଫେଇ, ସଚେତନତା ମୂଳକ ନାଟକ ପରିବେଷଣ, ପଥପ୍ରାନ୍ତ ସଭା, ଶୋଭାଯାତ୍ରା, ସାମାଜିକ ଓ ଅର୍ଥନୈତିକ ସର୍ଭେ ଆଦି କାର୍ଯ୍ୟକ୍ରମ ଅଧିକାରୀ ମିନତୀ ଆଚାରୀଙ୍କ ନେତୃତ୍ତ୍ଵରେ ଆରମ୍ଭ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମର ଅଧିବାସୀଙ୍କ ସମେତ ଏନ୍ଏସ୍ଏସ୍ ୟୁନିଟର ୫୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲା ବେଳେ ଅଧ୍ଯାପକ ଜିତେଶ୍ ରାଓ ଦୋରା, ଅମିୟ କୁମାର ସ୍ବାଇଁ, ପ୍ରେମାନନ୍ଦ ପ୍ରଧାନ ଏବଂ ଅଧ୍ଯାପିକା ଭକ୍ତଲତା ମହାପାତ୍ର ଓ ସଲିଳା ନାୟକ ପ୍ରମୁଖ ଯୋଗ ଦେଇ ଶିବିରାର୍ଥୀଙ୍କୁ ଉତ୍ସାହିତ କରିଥିଲେ।

nis-ad
Leave A Reply

Your email address will not be published.