ଜିଲ୍ଲାକୁ ପ୍ରଗତି ପଥରେ ଆଗେଇ ନେବାକୁ ହେଲେ ସମସ୍ତଙ୍କର ସହଯୋଗ ଦରକାର : ରାଷ୍ଟ୍ରମନ୍ତ୍ରୀ

ଫୁଲବାଣୀ : ମାନ୍ୟବର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ଵ),ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା, ପାଇଁ ସମସ୍ତଙ୍କର ମୂଲ୍ୟବାନ ପରାମର୍ଶ କାମନା କରିଥିଲେ।ଓଡ଼ିଶା, ଭୁବନେଶ୍ଵର ଶ୍ରୀକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ୨୨ତମ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କର ଯେଉଁସବୁ ଉନ୍ନୟନ ମୂଳକ କାର୍ଯ୍ୟ ବିଜୁ କନ୍ଧମାଳ ଓ ଗଜପତି ଯୋଜନାରେ ଚାଲୁରହିଛି ଏବଂ ଆଗକୁ କରାଯିବାର ଯୋଜନା ରହିଛି ସମସ୍ତ ବିଭାଗୀୟ ଅଧିକାରୀ ଏବଂ ଜନ ପ୍ରତିନିଧିମାନେ ସେଗୁଡ଼ିକୁ ତଦାରଖ କରିବା ଆବଶ୍ୟକ । ଜିଲ୍ଲାକୁ ପ୍ରଗତି ପଥରେ ଆଗେଇ ନେବାକୁ ହେଲେ ସମସ୍ତଙ୍କର ସହଯୋଗ ଦରକାର। ମାନ୍ୟବର ମୁଖ୍ୟମନ୍ତ୍ରୀ କନ୍ଧମାଳ ଓ ଗଜପତି ଜିଲ୍ଲା ପାଇଁ ସ୍ବତନ୍ତ୍ର ଯୋଜନାମାନ କରିଛନ୍ତି। 5 T ଓ ମୋ ସରକାର ଭଳି ଲୋକାଭିମୁଖୀ ଶାସନ ବ୍ୟବସ୍ଥା ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ନିମନ୍ତେ ତାଙ୍କର ଏକ ଅଭିନବ ପଦକ୍ଷେପ । କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟ ଦକ୍ଷତା ଉପରେ ତାଙ୍କର ଭରଷା ମଧ୍ୟ ରହିଛି । ସେହିପରି ଜିଲ୍ଲାର ପ୍ରଗତି ପାଇଁ ମାନନୀୟ କନ୍ଧମାଳ ସାଂସଦଙ୍କ କାର୍ଯ୍ୟକ୍ରମ ଗୁଡ଼ିକ ପ୍ରଶଂସନୀୟ ବୋଲି କହିଥିଲେ। ଜିଲ୍ଲାକୁ ଏକ ଉନ୍ନତ ଜିଲ୍ଲାରେ ପରିଣତ କରିବାକୁ ମାନ୍ୟବର ବିଧାୟକମାନଙ୍କର ସହଯୋଗ କାମନା କରିଥିଲେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସାହୁ। ମାନ୍ୟବର ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ମାନ୍ୟବର ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ମାନ୍ୟବର ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ସାଧବାଣୀ ନାୟକ ଏହି ବୈଠକକୁ ଅପେକ୍ଷା କରିଥିଲେ ବୋଲି କହିବା ସହିତ ଏବଂ ଜିଲ୍ଲାର ଉନ୍ନତି ପାଇଁ କରାଯାଇଥିବା ଯୋଜନାଗୁଡ଼ିକର କାର୍ଯ୍ୟକାରିତା ପାଇଁ ସେମାନଙ୍କ ପୂର୍ଣ୍ଣ ସହଯୋଗ ରହିବ ବୋଲି କହିଥିଲେ । କନ୍ଧମାଳ ଜିଲ୍ଲାପାଳ ପାଟିଲ ଆଶିଷ ଇଶ୍ୱର କହିଲେ ଜିଲ୍ଲାର ଅଗ୍ରଣୀ କାର୍ଯ୍ୟକ୍ରମରେ କେଉଁଠି ନା କେଉଁଠି ଅସୁବିଧା ହେଉଛି ତା’ର ସୂଚନା ଆମ ପାଖରେ ରହିଛି । ସେଗୁଡ଼ିକର ସମାଧାନ ପାଇଁ ଆମେ ଯୋଜନା ମଧ୍ୟ କରିଛୁ। ତେବେ ଜିଲ୍ଲା ଯୋଜନା ଅଟକଳ ୨୦୨୧-୨୨ ଓ ୨୦୨୨-୨୩ ଏବଂ ବିଜୁ କନ୍ଧମାଳ ଓ ଗଜପତି ଯୋଜନା୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପ୍ରସ୍ତୁତ ହୋଇଥିବା ବାର୍ଷିକ ଯୋଜନାକୁ ଅନୁମୋଦନ ଉପ- ନିର୍ଦ୍ଦେଶକ,ଯୋଜନା ଭୀମସେନ ବାର୍ଲା ପାୱାର ପଏଣ୍ଟ ମାଧ୍ୟମରେ ସଂକ୍ଷିପ୍ତ ଜିଲ୍ଲା ପରିଚୟ, ଜିଲ୍ଲାର ଅଗ୍ରଣୀକାର୍ଯ୍ୟକ୍ରମ, ଜିଲ୍ଲାର ଶକ୍ତି, ଦୁର୍ବଳତା, ସୁଯୋଗ ଓ ଆଶଂକା ଆଧାରିତ ରଣନୀତିକ ଯୋଜନା, ଅର୍ଥିକ ବର୍ଷ ୨୦୨୧-୨୨ ଓ ୨୦୨୨-୨୩ ପାଇଁ ବିଭାଗବାରି ଅଟକଳ ଉପରେ ତଥ୍ୟ ପ୍ରଦାନ କରିଥିଲେ ।ତାଙ୍କ ସୂଚନାରୁ ଜଣାପଡ଼ିଛି ଯେ, କୃଷି ଓ ଅନୁସଙ୍ଗିକ କାର୍ଯ୍ୟକ୍ରମ, ଗ୍ରାମ୍ୟ ଉନ୍ନୟନ, ବିଶେଷ ଆଂଚଳିକ କାର୍ଯ୍ୟକ୍ରମ, ଜଳ ସେଚନ ଓ ବନ୍ୟା ନିୟନ୍ତ୍ରଣ, ଶକ୍ତି ବିଭାଗ, ଶିଳ୍ପ ଓ ଖଣିଜ,ପରିବହନ, ବିଜ୍ଞାନ, ପ୍ରଦ୍ୟୁଗିକ ଓ ପରିବେଶ, ସାଧାରଣ ଆର୍ଥିକ ସେବା, ସାମାଜିକ ସେବା ଓ ସାଧାରଣ ସରକାରୀ ସେବା ବାବଦରେ ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ସମୁଦାୟ ୧,୬୬୪କୋଟି ୭୩ ଲକ୍ଷ୯୪ ହଜାର ଟଙ୍କାର ବ୍ୟୟ ଅଟକଳ ଥିବାବେଳେ ଆର୍ଥିକ ବର୍ଷ ୨୦୨୨୨୩ ପାଇଁ ସମୁଦାୟ ୧,୮୩୧ କୋଟି୨୧ ଲକ୍ଷ ୩୫ ହଜାର ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି। ସେହିପରି ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବିଜୁ କନ୍ଧମାଳ ଓ ଗଜପତି ଯୋଜନାରେ ସଡ଼କ, ବିଜୁଳି,ପାଣି, ଓ ଅନ୍ୟାନ୍ୟ ବାବଦରେ ସମୁଦାୟ ୬କୋଟି ଟଙ୍କାର ବ୍ୟୟ ଅଟକଳ ଥିବାବେଳେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସେହି ସବୁ ବାବଦରେ ସମୁଦାୟ ୬କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ଯାହାକି ଜିଲ୍ଲା ଯୋଜନା କମିଟି ଦ୍ୱାରା ଅନୁମୋଦିତ
ହୋଇଥିଲା।ଉକ୍ତ ବୈଠକରେ କନ୍ଧମାଳ ସାଂସଦ ପ୍ରତିନିଧି ଦେବେନ୍ଦ୍ର କୁମାର ସାମଲ, ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲ୍‌ଙ୍କ ସମେତ ଜିଲ୍ଲା ଯୋଜନା କମିଟିର ସମସ୍ତ ସମସ୍ତ ସଭ୍ୟ ଓ ସଭ୍ୟା, ଗଣମାଧ୍ୟମର ପ୍ରତିନିଧୂମାନେ ଯୋଗଦେଇଥିଲେ।

nis-ad
Leave A Reply

Your email address will not be published.