ଏନୱାଇକେ ପକ୍ଷରୁ ସିଲେଇ ତାଲିମ୍ କାର୍ଯ୍ୟକ୍ରମ ଉଦ୍ଘାଟିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ବାଲନ୍ଦାପଡା ପଞ୍ଚାୟତ ଅନ୍ତର୍ଗତ ବଟାବୋହଲି ଠାରେ ନେହେରୁ ୟୁବ କେନ୍ଦ୍ର ଫୁଲବାଣୀ ଏବଂ ମା ବରାଳି ଯୁବ ପରିଷଦ ବଟାବୋହଲି ମିଳିତ ଆନୁକୁଲ୍ୟରେ ସିଲେଇ ତାଲିମ୍ କାର୍ଯ୍ୟକ୍ରମ ଉଦ୍ ଘାଟିତ ହୋଇଅଛି l ଅନୁଷ୍ଠିତ କାର୍ଯକ୍ରମକୁ ମୁଖ୍ୟ ଅତିଥି ଭାବରେ କୁଇ ସମାଜ ସଭାପତି ଶ୍ରୀଯୁକ୍ତ ଗୋପୀନାଥ କହଁର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ୱାର୍ଡ ମେମ୍ବର ବଟାବୋହଲି ର ସୁରେଶ ସାହୁ ଆଦର୍ଶ ୟୁଥ୍ କ୍ଳବର ସମ୍ପାଦକ ରଶ୍ମି ରଞ୍ଜନ ପ୍ରଧାନ ଏବଂ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ର ଜିଲ୍ଲା ଯୁବ ଅଧିକାରୀ ନବନୀତ୍ କୁମାର ସହକର୍ମୀ ସତ୍ୟବାନ ଦଳବେହେରା ଏବଂ ସ୍ଵେଚ୍ଛାସେବୀ ମାନଙ୍କର ମଧ୍ୟରେ ସୋନାଲି ଦିଗାଲ ରିତିମା ବାଘ, ମେଘାରାଣୀ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ l ଏହି କାର୍ଯକ୍ରମକୁ ବାଲନ୍ଦାପଡା ପଞ୍ଚାୟତର ୨୫ ଜଣ ଭଉଣୀମାନେ ଅଂଶ ଗ୍ରହଣ କରିଥିଲେ l

ମୁଖ୍ୟ ଅତିଥି ଅନୁଷ୍ଠିତ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଉପରେ ଉପସ୍ଥିତ ଥିବା ଭାଇ ଓ ଭଉଣୀ ମାନଙ୍କୁ ଅବଗତ କରିଥିଲେ l ବୈଠକରେ ମା ବରାଳି ଯୁବ ପରିଷଦ ବଟାବୋହଲିର ସଭାପତି ରବି କହଁର ମୁଖ୍ୟ ଅତିଥି ସମ୍ମାନୀତ ଅତିଥି ଓ ଉପସ୍ଥିତ ଥିବା ସିବିରର୍ଥି ଭାଇ ଓ ଭଉଣୀ ମାନଙ୍କୁ ସ୍ଵାଗତ କରୁଥିବା ବେଳେ ସମ୍ପାଦକ ଗଙ୍ଗାଧର କହଁର ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ କରିଥିଲେ l

nis-ad
Leave A Reply

Your email address will not be published.