ତୋହରା ପଞ୍ଚାୟତର ରାସ୍ତା ଅବସ୍ଥା ଶୋଚନୀୟ

ଉମରକୋଟ: ନବରଙ୍ଗପୁର ଜିଲ୍ଲାର ଏମିତି କେତେ ଗୁଡ଼ିକ ଗ୍ରାମ ଅଛି ଯେଉଁ ଗୁଡ଼ିକ ଏତେ ନିଷ୍ପେସିତ ଓ ଅବହେଳିତ ଯେ ତାହା ଯେକୌଣସି ଲୋକ ଦେଖିବା ମାତ୍ରେ କ୍ଷୋଭ ପ୍ରକାଶ କରିବେ l ଏହି ଗ୍ରାମ ଗୁଡ଼ିକୁ ଗମନାଗମନ ପାଇଁ ରାସ୍ତା ଏତେ କଦର୍ଯ୍ୟ ଯଦିଓ , କିନ୍ତୁ ସରପଞ୍ଚ ବା ନେତା ମନ୍ତ୍ରୀଙ୍କର ତାହା ନଜରକୁ ଆସୁ ନାହିଁ । ଏହି ପରି ଏକ ରାସ୍ତା ଉମରକୋଟ ବ୍ଲକର ତୋହରା ପଞ୍ଚାୟତ ସଦର ଠାରୁ କେରିପଦର ଗାଁ ଯାଏଁ ପ୍ରାୟ ଚାରି କିଲୋମିଟର ରାସ୍ତା ସମ୍ପୂର୍ଣ୍ଣ ରୂପେ ଏକ ପ୍ରକାରର ଅକାମି । ରାସ୍ତାର କୌଣସି ଜାଗାରେ ପିଚୁ ନାହିଁ ଖାଲି ଧୁଳି ମେଂଟାଲ ଓ ଚିପ୍ସରେ ରାସ୍ତା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ l ଏହି ରାସ୍ତାକୁ ନେଇ ତୋହରା ପଞ୍ଚାୟତର ସରପଞ୍ଚ ଶ୍ରୀ ସଦାନନ୍ଦ ମାଝୀ ବାରମ୍ବାର ପୂର୍ତ୍ତ ବିଭାଗ, ନେତା ମନ୍ତ୍ରୀ ଓ କଲେକ୍ଟର ନବରଙ୍ଗପୁରର ଦୃଷ୍ଟି ଆକର୍ଷଣ କରି ବିଫଳ ହେଇଛନ୍ତି l ପ୍ରାୟ ମାସେ ହେବ ରାସ୍ତାଟି ପୂର୍ତ୍ତ ବିଭାଗର କିଛି ଅଫିସର ମାନେ ଦେଖି ଯିବାପରେ ନିଦା ବିଷ୍ଣୁ ସାଜି ଗଲେ । ତେବେ ଏହାର କାରଣ କ’ଣ କହି ତୋହରା ଗ୍ରାମ ପଞ୍ଚାୟତବାସୀ କ୍ଷୋଭ ପ୍ରକାଶ କରିଛନ୍ତି l ଗ୍ରାମବାସୀଙ୍କ କହିବା କଥା , ପ୍ରତ୍ୟେକ ନିର୍ବାଚନ ଋତୁ ଆସିଲେ ଲୋକ ପ୍ରତିନିଧି ଆଶାୟୀ ସବୁ କରିଦେବି କିଛି ଅସୁବିଧା ରଖିବି ନାହିଁ କିନ୍ତୁ ନିର୍ବାଚନ ସରିଗଲେ କିଏ କାହାର ଅର୍ଥାତ୍ ସଂକ୍ଷେପରେ କୁହାଯାଇପାରେ , ‘ ବାହାଘର ସରିଲେ ବେଦୀ ମୁହଁ ପୋଡ଼ା ‘ l କେରିପଦର ଓ ତାହାର ଆଖ ପାଖ ଗ୍ରାମ ଗୁଡ଼ିକ ଆଉ କେତେ ଦିନ ଏହିଭଳି ଅବହେଳିତ ଓ ନିଷ୍ପେସିତ ଅବସ୍ଥାରେ ରହିବେ ବୋଲି ଅତି ଦୁଃଖର ସହିତ ବୁଦ୍ଧିଜୀବି ମାନେ ସେମାନଙ୍କର ମତ ବ୍ୟକ୍ତ କରିଛନ୍ତି l ଏବେ ଦେଖିବାକୁ ବାକି ରହିଲା ଆସିଥିବା ପୂର୍ତ୍ତ ବିଭାଗର ବାବୁ ମାନେ କିପରି ଓ କେତେ ଦିନରେ ରାସ୍ତା କାମ କରି ଏହି କେରିପଦର ଓ ଆଖ ପାଖ ଅଞ୍ଚଳର ଯାତାୟାତର ସୁବିଧା କରୁଛନ୍ତି l

nis-ad
Leave A Reply

Your email address will not be published.