ଗୋବିନ୍ଦ ସାହୁଙ୍କ ଆତ୍ମ ହତ୍ଯା ପରେ ଲୁଚି ଯିବନିତ ନମିତା ମେହେରଙ୍କ ଦର ପୋଡା କାହାଣୀ…?
ରାଜନେତା ମାନଙ୍କ ଅପରାଧିକ ଜଗତ ରେ ଢାଲ ଥିବା ପରବର୍ତ୍ତୀ ଆତ୍ମହତ୍ୟାକାରୀ କିଏ..? !!
ଭୁବନେଶ୍ୱର : ଆଜି ଏକ ଚାଂଚଲ୍ୟକର ଘଟଣା ଓଡ଼ିଶା ରାଜନୀତିକୁ ସରଗରମ କରିଛି । ଘଟଣାଟି ହେଲା ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା । କଣ୍ଟାବାଞ୍ଝି ଜେଲରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି ଗୋବିନ୍ଦ । କଣ୍ଟାବାଞ୍ଝି ମେଡିକାଲରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ତେବେ ଗୋବିନ୍ଦ କେଉଁ କାରଣରୁ ଆତ୍ମହତ୍ୟା କଲେ ତାହା ଏଯାଏଁ ଅସ୍ପଷ୍ଟ ରହିଛି । ଆଜି ଜେ.ଏମ.ଏଫ.ସି. କୋର୍ଟରେ ହାଜର ହୋଇଥାନ୍ତେ ଗୋବିନ୍ଦ । କିନ୍ତୁ ଏହା ପୂର୍ବରୁ ଗୋବିନ୍ଦ ଆତ୍ମହତ୍ୟା କରିଛନ୍ତି । ବହୁ ଚର୍ଚ୍ଚିତ ନମିତା ମେହେରଙ୍କ ହତ୍ଯା କାଣ୍ଡର ମୁଖ୍ଯ ସାକ୍ଷୀ ର ଆଜି ଆତ୍ମ ହତ୍ଯା କରିବା ଘଟଣା ସନ୍ଦେହ ବଳୟ ମଧ୍ୟକୁ ଟାଣି ହୋଇ ଯାଇଛି ଏହି ଘଟଣା ପାଇଁ କେଉଁ ଉପାଦାନ ଗୁଡିକ ଦାୟୀ ସେହି ସମ୍ବନ୍ଧ ରେ ତଦନ୍ତ ହେବା ପାଇଁ ଦାବୀର ଅଭାବ ରହିବ ନାହିଁ l କିନ୍ତୁ ଦେଖିବାକୁ ଗଲେ ବର୍ତମାନ ଓଡ଼ିଶା ବିହାର ରାଜ୍ଯ ପରି ସମାନ ଅପରାଧ ପୃଷ୍ଠ ଭୂମି ରେ ପରିଣତି ହେବାକୁ ବସିଲାଣି, ଏହିଁ ପରିପେକ୍ଷି ରେ ଗୋଟିଏ ଗୋଟିଏ କାହାଣୀର ଲେଖା ଲେଖିବା ପାଇଁ କଲମ ଏଣିକି ସଶକ୍ତ ହୋଇ ଲେଖି ପାରିବା ପାଇଁ ସାମର୍ଥ୍ଯ ପାଇବେତ..? ମୁଖ୍ଯ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଶାସନ କାଳରେ ଜଣେ ଜଣେ ମନ୍ତ୍ରୀ ଙ୍କ ନାମ କୌଣସି ଗୋଟିଏ ଗୋଟିଏ ସାଂଘାତିକ କଥା ପଛରେ ରହିବା ଏବଂ ସେହି ଘଟଣା ଗୁଡିକର ରୋଚକତା ବଢେଇ ପୁଣି ସେହି କାହାଣୀ ପଛରେ ରହିଥିବା କାହାଣୀ ଉନ୍ମୋଚନ ହେବା ପୂର୍ବରୁ ହିଁ ଗୋବିନ୍ଦ ସାହୁ ଙ୍କ ପରି କିଛି ଚରିତ୍ର ଆକସ୍ମିକ ଭାବେ ଆତ୍ମ ହତ୍ଯା କରିବାକୁ ବାଧ୍ଯ ହେଲେ କାହିଁକି..? ସେହି ଭଳି ଅନେକ ଦୃଷ୍ଟାନ୍ତ ଯାହାକି ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ଅଭିଯୁକ୍ତ ତତ୍କାଳୀନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହଯୋଗୀ ଅଭିଯୁକ୍ତ ଟ୍ରକ ଆଗକୁ ଡେଇଁ ଆତ୍ମହତ୍ୟା କଲେ । ବହୁ ବିବାଦରେ ଜଡ଼ିତ ମନ୍ତ୍ରୀ ସମୀର ଦାଶଙ୍କ ସହଯୋଗୀ ଧର୍ମେନ୍ଦ୍ର ସାହୁ ବି ନିକଟରେ ଆତ୍ମହତ୍ୟା କରିଛନ୍ତି । ଶେଷରେ ମମିତା ମେହେର ହତ୍ୟାକାଣ୍ଡରେ ଅଭିଯୁକ୍ତ ତତ୍କାଳୀନ ଗୃହ ରାଷ୍ଟ୍ର ମନ୍ତ୍ରୀ ତଥା ବିଜେଡି ନେତା ଦିବ୍ୟଶଙ୍କର ମିଶ୍ରଙ୍କ ସହଯୋଗୀ ଗୋବିନ୍ଦ ସାହୁ ବି ଶେଷରେ ଜେଲ ଭିତରେ ଆତ୍ମହତ୍ୟା କଲେ । ଏସବୁ ଆତ୍ମହତ୍ୟା ଗୁଡିକ ସଂଯୋଗ ନା ବିଜେଡି ସରକାରଙ୍କ ମନ୍ତ୍ରୀମାନଙ୍କ ଅପରାଧକୁ ଲୁଚେଇବା ପାଇଁ ଗୋଟିଏ ଗୋଟିଏ ସୁନିୟୋଜିତ ହତ୍ୟା ତାହା ନିଶ୍ଚିତ ଭାବେ ତଦନ୍ତ ସାପେକ୍ଷ । ଏମିତି କିଛି ବିଚାର ଯେ କୌଣସି ବ୍ୟକ୍ତି ମନ ରେ ପ୍ରଶ୍ନ ଉଠିବା ସ୍ବାଭାବିକ କଥା । ଆଜିର ଏହି ଘଟଣା ରାଜ୍ୟକୁ ଆଜି ଦୋହଲାଇ ଦେଇଛି ମନ୍ତ୍ରୀ ଙ୍କ ମନ୍ଦ କାର୍ଯ୍ୟ କରିବା ଏବଂ ପ୍ରଘଟ ହୋଇ ଯିବା ଭୟରେ ଗୋଟିଏ ଅବଳା ନାରୀ କୁ ହତ୍ଯା କରିବାକୁ ଯେଉଁ ମାନଙ୍କ ଭୂମିକା ଥିଲା ବୋଲି ଚର୍ଚ୍ଚା ହେଉଥିଲା ଗୋବିନ୍ଦ ସାହୁ ଙ୍କ ଉପରେ ଦୋଷ ଲଦି ଖସିଯିବାକୁ ଅନେକ ସମର୍ଥ ହୋଲେ କିନ୍ତୁ ଗୋବିନ୍ଦ ସାହୁ ରହିଗଲେ ଚାରିକାନ୍ଥ ର କୋଠରୀରେ। ବହୁତ ବିଡମ୍ବନା ଯେ ଜେଲ୍ ପରିସର ରେ ଅତ୍ମ ହତ୍ଯା କେତେ ବଡ ସାଂଘାତିକ ଘଟଣା ନୁହଁ ଯାହାକି ବ୍ୟବସ୍ତା କୁ ମଧ୍ୟ ସନ୍ଦେହ ବଳୟକୁ ଆସିଯାଉଛି l ମନ୍ତ୍ରୀ ପ୍ରତାପ ଜେନା ସମୀର ଦାଶ ଦିବ୍ୟଶଙ୍କର ମିଶ୍ର ଙ୍କ ପରି ପ୍ରଭାବଶାଳୀ ବ୍ଯକ୍ତି ମାନେ ଙ୍କ ବିରୋଧ ରେ ଅନେକ ସଂଗୀନ ଅଭିଯୋଗ ଥିବା ସତ୍ବେ ରାଜ୍ଯ ଶାସନ ରେ ସ୍ବଚ୍ଛ ଶାସନ କରିବା ରେ ସମ୍ମାନ ଓ ଖ୍ୟାତି ଅର୍ଜନ କରିବା ରେ ନବୀନ ପଟ୍ଟନାୟକ ତଥାପି ଶ୍ରେଷ୍ଠ…..
ପ୍ରକାଶ ଥାଉ କି ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଜେଲରେ ସଜା କାଟୁଥିଲେ ଗୋବିନ୍ଦ । ମହାଲିଙ୍ଗ କଲେଜର ଅଧ୍ୟକ୍ଷା ମମିତା ମେହେରଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରି ପଡିଆରେ ଗାତ କରି ପୋଡିବା ସହ ପୋତି ଦେଇଥିବା ଆରୋପରେ ସଜା କାଟୁଥିଲେ ଗୋବିନ୍ଦ । ପର୍ଯ୍ୟାୟକ୍ରମେ ଘଟଣାକୁ ନେଇ ଓଡ଼ିଶା ରାଜନୀତି ସରଗରମ ହୋଇଥିଲା । ଏପରିକି ଏଥିରେ ସେତେବେଳେ ମନ୍ତ୍ରୀ ଥିବା ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଆଣି ସରକାରଙ୍କୁ ଘେରିଥିଲେ ବିରୋଧୀ । ତେବେ ଆଜି ମଧ୍ୟ ବିରୋଧୀ ଗୋବିନ୍ଦଙ୍କ ଆତ୍ମହତ୍ୟାକୁ ନେଇ ସରକାରଙ୍କୁ ଆକ୍ରମଣ କରିଛନ୍ତି । ଜେଲ ଭିତରେ କିଭଳି ଜଣେ ଆତ୍ମହତ୍ୟା କଲା ବୋଲି ପ୍ରଶ୍ନ ଉଠାଇବା ସହ ଅନେକ ପ୍ରଶ୍ନ ଉଠିଛି ଯଥା ; ମନ୍ତ୍ରୀ ଓ ନେତାଙ୍କୁ ଖସାଇଦେବାକୁ ଗୋବିନ୍ଦଙ୍କ ଉପରେ ଆତ୍ମହତ୍ୟା କରିବାକୁ ଚାପ ପଡିନି ତ? ଜେଲ ଭିତରେ କଏଦୀଙ୍କ ଉପରେ ନଜର ରଖିନଥିଲେ କି ଦାୟିତ୍ୱରେ ଥିବା ଅଧିକାରୀ? ଯେହେତୁ ମମିତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ଥିଲେ ତେଣୁ ତାଙ୍କ ମୃତ୍ୟୁ ସହ ଅନେକ ଦିଗ ଉପରେ ପରଦା ଢାଙ୍କିହେଲା ବୋଲି କହିଛି ବିଜେପି । ସେହିଭଳି କଂଗ୍ରେସ କହିଛି, ଗୋବିନ୍ଦ ଆତ୍ମହତ୍ୟା କରି ନାହାଁନ୍ତି । ତାଙ୍କୁ ହତ୍ୟା କରାଯାଇଛି ଏବଂ ଏହି ହତ୍ୟାକାଣ୍ଡକୁ ଆତ୍ମହତ୍ୟାର ରୂପ ଦିଆଯାଉଛି । ସେଥିପାଇଁ ଏହି ଘଟଣାର ସିବିଆଇ ତଦନ୍ତ ବା ଏସ.ଆଇ.ଟି. ତଦନ୍ତ ହେବା ଆବଶ୍ୟକତା ରହିଥିବା ସହ ହାଇକୋର୍ଟର କୌଣସି ଏକ ବିଚାରପତିଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ଦିଆଯିବ ଉଚିତ୍ ବୋଲି କଂଗ୍ରେସ ପକ୍ଷରୁ ତାରା ପ୍ରସାଦ ବାହିନୀପତି କହିଛନ୍ତି । ସେପଟେ ବିରୋଧୀଙ୍କ ଦାବିକୁ ନେଇ ଯୁକ୍ତି ବାଢିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ । କହିଛନ୍ତି, ମମିତା ମେହର ହତ୍ୟା ଘଟଣା ବିଚାରାଧୀନ ରହିଛି । ଗୋବିନ୍ଦ ସାହୁ ବି ଜେଲରେ ଥିଲେ । ଆଉ ତାଙ୍କ ଆତ୍ମହତ୍ୟା କଥାକୁ ନେଇ ରାଜନୀତି କରିବା ଉଚିତ୍ ନୁହେଁ । ଆଉ ଏସବୁ ଭିତରେ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ସିଆଇଡି-କ୍ରାଇମବ୍ରାଞ୍ଚ କରିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି । କେଉଁ ପରିସ୍ଥିତିରେ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ହେଲା ତାହାର ତଦନ୍ତ କରିବ ସିଆଇଡି-କ୍ରାଇମବ୍ରାଞ୍ଚ । ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ଅଭିଯୁକ୍ତ ତତ୍କାଳୀନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହଯୋଗୀ ଅଭିଯୁକ୍ତ ଟ୍ରକ ଆଗକୁ ଡେଇଁ ଆତ୍ମହତ୍ୟା କଲେ । ବହୁ ବିବାଦରେ ଜଡ଼ିତ ମନ୍ତ୍ରୀ ସମୀର ଦାଶଙ୍କ ସହଯୋଗୀ ଧର୍ମେନ୍ଦ୍ର ସାହୁ ବି ନିକଟରେ ଆତ୍ମହତ୍ୟା କରିଛନ୍ତି । ଶେଷରେ ମମିତା ମେହେର ହତ୍ୟାକାଣ୍ଡରେ ଅଭିଯୁକ୍ତ ତତ୍କାଳୀନ ଗୃହ ରାଷ୍ଟ୍ର ମନ୍ତ୍ରୀ ତଥା ବିଜେଡି ନେତା ଦିବ୍ୟଶଙ୍କର ମିଶ୍ରଙ୍କ ସହଯୋଗୀ ଗୋବିନ୍ଦ ସାହୁ ବି ଶେଷରେ ଜେଲ ଭିତରେ ଆତ୍ମହତ୍ୟା କଲେ । ଏସବୁ ଆତ୍ମହତ୍ୟା ଗୁଡିକ ସଂଯୋଗ ନା ବିଜେଡି ସରକାରଙ୍କ ମନ୍ତ୍ରୀମାନଙ୍କ ଅପରାଧକୁ ଲୁଚେଇବା ପାଇଁ ଗୋଟିଏ ଗୋଟିଏ ସୁନିୟୋଜିତ ହତ୍ୟା ତାହା ନିଶ୍ଚିତ ଭାବେ ତଦନ୍ତ ସାପେକ୍ଷ । ଏହି କ୍ରମରେ ଘଟଣାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଠିଥିବାର ଦେଖିବାକୁ ମିଳୁଛି । ଯେପରିକି , ଗୋବିନ୍ଦ ପରେ ଅର୍ଚ୍ଚନା ହେବେ କି ପରବର୍ତ୍ତୀ ଆତ୍ମହତ୍ୟାକାରୀ ! ଏହି ଘଟଣା ପରେ ଅର୍ଚ୍ଚନାଙ୍କୁ ସ୍ଵତନ୍ତ୍ର ସୁରକ୍ଷା ବଳୟ ଯୋଗାଇବା ଆବଶ୍ୟକ ରହିଛି କି ? !!
ତେବେ ଆଗାମୀ ଦିନରେ ଅର୍ଚ୍ଚନାଙ୍କ ଉପରେ ନିଶ୍ଚିତ ସମସ୍ତଙ୍କ ନଜର ରହିପାରେ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।
ନବୀନ ପଟ୍ଟନାୟକ ଙ୍କ ଶାସନ ର ଓଡ଼ିଶା ରେ ବିହାର ରେ ଲାଲୁ ନେତୃତ୍ବ ସମୟରେ ଯାହା ସବୁ ଘଟୁଥିବା ଜାଣିଥିଲେ ସେ ସବୁ ଆଜି ଓଡ଼ିଶା ରେ ଘଟିବ କେବେ କଣ କଳ୍ପନା କରିଥିଲେ।
ନାରୀ କୁ ସମ୍ମାନ ବୋଲି ଯେଉଁ ମାନଙ୍କ ସ୍ବର ସେମାନଙ୍କ ମଧ୍ଯ ରେ କିଛି ନାରୀକୁ ଅସମ୍ମାନ ଓ ଅମର୍ଯ୍ୟଦା କରିବା ବ୍ଯକ୍ତି କଣ ଅଭାବ ଅଛନ୍ତି କି..? ଗୋବିନ୍ଦ ସାହୁ ରହିଗଲେ ଚାରିକାନ୍ଥ ଭିତରେ ହୁଏତ ମାନସିକ ଶାନ୍ତି ହରାଇ କୌଣସି ଚାପ ର ବଶବର୍ତ୍ତୀ ହୋଇ ଜେଲ୍ ପରିସର ମଧ୍ୟରେ ଆତ୍ମା ହତ୍ଯା କରିବାକୁ ବାଧ୍ଯ କରିଥିବ କୁ ଏଡାଇ ଦିଆ ନଯାଇପାରେ, ତେବେ ଏଠାରେ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ ଯଦି ଜେଲ୍ ପରିସର କୌଣସି ବ୍ଯକ୍ତି ଆତ୍ମ ହତ୍ଯା କରିବାକୁ ଇଚ୍ଛା କରେ ସେଥିପାଇଁ ଦାୟୀ କିଏ…? ଓଡ଼ିଆ ଭାଷାରେ ଗୋଟିଏ କଥା ଅଛି ମୂଳୁ ମାଇଲେ ଯିବ ସରି ଦେବଙ୍କ ସଙ୍ଗରେ କିମ୍ପା କଳି। ଏପରି ବିଚାର ରେ ଗୋବିନ୍ଦ ସାହୁ ଙ୍କ ପ୍ରତି ଅତ୍ଯଧିକ ଶକ୍ତି ଖଟାଇ ମାନସିକ ଚାପ ରେ ରଖାଯାଇ ଥିବ ସେ ଅତ୍ମା ହତ୍ଯା କରିବାକୁ ବାଧ୍ଯ ହୋଇ ଥିବା ବିଷୟ କଣ ଅସ୍ବୀକାର କରି ହେବ…? ଏହାବି ତଦନ୍ତ ହେବ ପୁଣି ତଦନ୍ତ.. ତଦନ୍ତ ରେ ହିଁ ରହିଯିବ