ଦୁଇ ଦିନିଆ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ-୨୦୩୦ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ଫୁଲବାଣୀ : ସରକାରଙ୍କ ଯୋଜନା ଓ ସମନ୍ବୟ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିବା ଦୁଇ ଦିନିଆ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ-୨୦୩୦ ତାଲିମ କାର୍ଯ୍ୟକ୍ରମର ଦ୍ବିତୀୟ ଦିବସରେ ପ୍ରଶିକ୍ଷାର୍ଥୀମାନେ କ୍ଷେତ୍ର ପରିଦର୍ଶନ କରିଥିଲେ । ସେଥିପାଇଁ ପ୍ରଶିକ୍ଷାର୍ଥୀ ମାନଙ୍କୁ କେତୋଟି ଗ୍ରୁପରେ ବିଭକ୍ତ କରାଯାଇଥିଲା। ସେମାନେ ଫୁଲବାଣୀ ବ୍ଲକ ଅନ୍ତର୍ଗତ ପବିଙ୍ଗିଆ ଓ କେରେଡ଼ି ଗ୍ରାମର ବିଭିନ୍ନ ୱାର୍ଡ ବୁଲି ଲୋକମାନଙ୍କ ସହ ମିଶିଥିଲେ ଏବଂ ସେଠାରେ ଥିବା ଶିକ୍ଷା ବ୍ୟବସ୍ଥା, ନ୍ୟୁଟ୍ରିସନ୍ ଓ ମୌଳିକ ଆବଶ୍ୟକତା ଉପରେ ତଥ୍ୟ ସଂଗ୍ରହ କରିଥିଲେ । ଏହି ସମସ୍ୟା ଗୁଡ଼ିକ ସହିତ ଲିଙ୍କ୍ କରୁଥିବା ଗୋଲ୍, ସ୍କିମ୍ ବା ପ୍ରୋଗ୍ରାମ, ବିଭାଗ, ସମାଧାନର ଦିଗ ଓ ସର୍ବୋପରି ଏହା ଉପରେ ସାମାଜିକ ସଂଗଠନର ଭୂମିକା କ’ଣ ରହିବ ତା’ର ବିବରଣୀ ସେମାନେ ଉପସ୍ଥାପନା କରିଥିଲେ । ମିଳିତ ଜାତିସଂଘ ଦ୍ବାରା ଧାର୍ଯ୍ୟ କରାଯାଇଥିବା ୧୭ ଗୋଟି ଗୋଲ ଯେପରିକି, ବିଶ୍ଵରେ ସମସ୍ତ ପ୍ରକାର ଦାରିଦ୍ର୍ୟତାର ଅବସାନ, ଖାଦ୍ୟ ସୁରକ୍ଷା ଏବଂ ଉନ୍ନତ ପୋଷଣ ମାଧ୍ୟମରେ ଜଣେ କେହିବି ଭୋକିଲା ରହିବେ ନାହିଁ ଏବଂ କୃଷିର ନିରନ୍ତର ବିକାଶ, ସମସ୍ତଙ୍କ ପାଇଁ ଉତ୍ତମ ମାନର ସ୍ୱାସ୍ଥ୍ୟ ଯୋଗାଇ ଦେବା, ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷା,ଲିଙ୍ଗ ସମାନତା, ସମସ୍ତଙ୍କ ପାଇଁ ଜଳ ଓ ପରିମଳର ଉପଲବ୍ଧତା, ସମସ୍ତଙ୍କ ପାଇଁ ସୁଲଭ ଅକ୍ଷୟ ଉର୍ଜାର ଉପଲବ୍ଧତା, ଅସମାନତା ହ୍ରାସ କରିବା ,ଉତ୍ପାଦନ ଓ ବିନିଯୋଗର ସଠିକ ପରିଚାଳନା, ଲକ୍ଷ୍ୟ ହାସଲ ପାଇଁ ସହଭାଗିତାକୁ ଗୁରୁତ୍ବ ଦେବା ଇତ୍ୟାଦିକୁ କାର୍ଯ୍ୟରେ ଲଗାଇବାକୁ ବ୍ଲକ ସ୍ତରରେ ତାଲିମ ଦେବାକୁ ଯୋଜନା ଓ ସମନ୍ବୟ ବିଭାଗ, ଭୁବନେଶ୍ଵର ଅଳକା ଜେନା ବିଭିନ୍ନ ବିଭାଗରୁ ଆସିଥିବା ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।ତାଲିମ କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ମୁଖ୍ୟ ଉନ୍ନୟନ ଅଧିକାରୀ –ତଥା- କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କନ୍ଧମାଳ ବିଶ୍ବରଞ୍ଜନ ନାୟକ, ଉପ ନିର୍ଦ୍ଦେଶକ, ଯୋଜନା ଭିମସେନ ବାର୍ଲା, ସୋସିଆଲ୍ ସେକ୍ଟର ଲିଡ୍,ଏସ୍.ଡି.ଜି.-ପି.ଏମ୍.ୟୁ., ଯୋଜନା ଓ ସମନ୍ବୟ ବିଭାଗ,ଭୁବନେଶ୍ଵର ଡଃ.ରମେଶ ଚେଲାନ୍, ଆନାଲିଷ୍ଟ, ଏସ୍.ଡି.ଜି.-ପି. ଏମ୍.ୟୁ., ଯୋଜନା ଓ ସମନ୍ବୟ ବିଭାଗ, ଭୁବନେଶ୍ଵର ଡଃ. ପ୍ରମୋଦ କୁମାର ମଲ୍ଲିକ, ଜୋନାଲ୍ କୋର୍ଡିନେଟର୍‌, ଲିଭିଙ୍ଗ୍ ଫାର୍ମ, ଓଡ଼ିଶା ଆଲୋକ ରଞ୍ଜନ ଦାସଙ୍କ ସମେତ ବିଭିନ୍ନ ବିଭାଗରୁ ଆସିଥିବା ସରକାରୀ ପଦାଧିକାରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସ୍ବାତୀ ଓ ନିପିଡିତର ମୁଖ୍ୟ, ସରପଞ୍ଚ, ପବିଙ୍ଗିଆ, ସରପଞ୍ଚ, କେରେଡ଼ି ଏବଂ ରାଜ୍ୟ ଓ ଜିଲ୍ଲା ଯୋଜନା ଓ ସମନ୍ବୟ ବିଭାଗର ପଦାଧିକାରୀମାନେ ଯୋଗ ଦେଇଥିଲେ ।

nis-ad
Leave A Reply

Your email address will not be published.