ଚିତ୍ରକୋଣ୍ଡା ପଞ୍ଚାୟତ ସ୍ତରୀୟ ମାଲ୍ୟବନ୍ତ ଖେଳ ପ୍ରତିଯୋଗିତା ଅନୁଷ୍ଠିତ…

ଚିତ୍ରକୋଣ୍ଡା:ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଚିତ୍ରକୋଣ୍ଡା ମିନି ଷ୍ଟାଡିଅମ ଖେଳ ପଡିଆ ଠାରେ ଆଜି ଚିତ୍ରକୋଣ୍ଡା ପଞ୍ଚାୟତ ର ତିନି ଗୋଟି ବିଦ୍ୟାଳୟ ର ନବମ ଶ୍ରେଣୀ ଠାରୁ ଦ୍ୱାଦଶ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ପଞ୍ଚାୟତ ସ୍ତରୀୟ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ପ୍ରାରମ୍ଭରେ ଭାରତ ମାତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପପ୍ରଜ୍ଜ୍ୱଳନ କରାଯାଇଥିଲା, ପରେ ମୁଖ୍ୟ ଅତିଥି ଫିଟା କାଟି ଖେଳ ପ୍ରତିଯୋଗୀତାର ଶୁଭାରମ୍ଭ କରିଥିଲେ । ଉପସ୍ଥିତ ସମସ୍ତ ଅତିଥିମାନଙ୍କୁ ଛାତ୍ରଛାତ୍ରୀମାନେ ପୁଷ୍ପଗୁଚ୍ଛା ଦେଇ ସ୍ୱାଗତ ଜଣାଇଥିଲେ । ଆଜିର ଏହି ଅନୁଷ୍ଠାନରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ରାଜେଶ୍ୱରୀ ଖିଲ ଯୋଗଦେଇଥିବା ବେଳେ ସଭାପତି ଭାବରେ ସ୍ଥାନୀୟ ଚିତ୍ରକୋଣ୍ଡା ସରପଞ୍ଚ ହରି ମୋହନ ଖିଲ ଯୋଗଦାନ କରିଥିଲେ, ସମ୍ମାନିତ ଅତିଥି ଭାବରେ ଚିତ୍ରକୋଣ୍ଡା ବିଡ଼ିଓ ରଘୁନାଥ ମୁଣ୍ଡାରୀ ଏବଂ ଚିତ୍ରକୋଣ୍ଡା ଥାନା ଅଧିକାରୀ ଅନିଲ କୁମାର ପରିଡ଼ା ଯୋଗ ଦେଇ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଏସ.ଏମ୍.ସି ର ସଭାପତି ପ୍ରମୁଖ ଯୋଗଦେଇଥିଲେ । ଉକ୍ତ ପ୍ରତିଯୋଗିତାରେ ଚିତ୍ରକୋଣ୍ଡା ଓଡିଶା ଆଦର୍ଶ ବିଦ୍ୟାଳୟ, ଚିତ୍ରକୋଣ୍ଡା ସରକାରୀ ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ଚିତ୍ରକୋଣ୍ଡା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରତ୍ୟେକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଆଜି ଦିନ ତମାମ କବାଡି, ଖୋ ଖୋ, ଉଚ୍ଚା ଡିଆଁ, ଲମ୍ବା ଡିଆଁ,ବିଭିର୍ଣ୍ଣ ଦୌଡ ପ୍ରତିଯୋଗିତା ସଫଳ ହୋଇଥିବା ପ୍ରତେକ ଛାତ୍ରଛାତ୍ରୀ ମାନଙ୍କୁ ମର୍ଯ୍ୟାଦା ପୂର୍ଣ୍ଣ ପୁରସ୍କାର ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ କୁ ଚିତ୍ରକୋଣ୍ଡା ସରକାରୀ ବାଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଖେଳ ଶିକ୍ଷକ ହର୍ଷିତ ପାଣ୍ଡେ ଏବଂ ଚିତ୍ରକୋଣ୍ଡା ସ୍ପୋର୍ଟ୍ସ କ୍ଲବ ର ଯୁବ ଖେଳାଳି ମାନେ ପରିଚାଳନା କରିଥିବା ବେଳେ ତିନି ଗୋଟି ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ ସଭା ଶେଷରେ ଚିତ୍ରକୋଣ୍ଡା ସରକାରୀ ଏସଏସଡି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

nis-ad
Leave A Reply

Your email address will not be published.