ରାଉରକେଲାରେ ଚାଲିଥିବା ଆନ୍ତଃମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ : ଭାଗନେଲେ ୧୭୦୦ରୁ ଅଧିକ ପ୍ରତିଯୋଗୀ…

ରାଉରକେଲା : ରାଉରକେଲା ସ୍ଵୟଂଶାସିତ ମହାବିଦ୍ୟାଳୟ ପଡ଼ିଆଠାରେ ଚାଲିଥିବା ଆନ୍ତଃମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଗତ ଚାରି ଦିନ ଧରି ଏହି କ୍ରୀଡ଼ା କାର୍ଯ୍ୟକ୍ରମ ଚାଲିଥିଲା। ଏଥିରେ ପାନପୋଷ ଉପଖଣ୍ଡର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନର ୧୭୦୦ରୁ ଅଧିକ ପ୍ରତିଯୋଗୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ।

ଉଦଯାପନୀ କାର୍ଯ୍ୟକ୍ରମରେ ରାଉରକେଲାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।

ଚାରି ଦିନ ଧରି ଚାଲିଥିବା ଏହି କ୍ରୀଡ଼ା ପ୍ରତିଯୋଗିତାରେ ଉଭୟ ପୁରୁଷ ଓ ମହିଳା ବର୍ଗରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ହୋଇଥିଲା। ଖୋ ଖୋ, କବାଡ଼ି, ଭଲିବଲ ସହିତ ଜମ୍ପ, ଲଙ୍ଗ ଜମ୍ପ, ୧୦୦ ମିଟର, ୨୦୦ ମିଟର ଏବଂ ୪୦୦ ମିଟର ବର୍ଗରେ ଦୌଡ଼ ପ୍ରତିଯୋଗିତା କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାର ସଫଳ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବାବଦରେ ଟ୍ରଫି, ମେଡାଲ ଓ ମାନପତ୍ର ସହିତ ଅର୍ଥରାଶି ପ୍ରଦାନ କରାଯାଇଥିଲା।

ହକି ବିଶ୍ୱ କପ ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ଜନସାଧାରଣଙ୍କୁ ଯୋଡ଼ି ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ଯୁବପିଢ଼ିଙ୍କ ଭିତରେ ଉତ୍ସାହ ସୃଷ୍ଟି କରିବା ପାଇଁ ଗତ ୧୪ ତାରିଖରୁ ଆନ୍ତଃମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା କରାଯାଉଛି। ସୁନ୍ଦରଗଡ଼ ଏବଂ ବଣାଇଁ ଉପଖଣ୍ଡରେ ଏହି କାର୍ଯ୍ୟକ୍ରମ ଚାଲିଛି।

ଉଦଯାପନୀ ଉତ୍ସବରେ ଉଚ୍ଚ ଶିକ୍ଷା ବିଭାଗ, ସମ୍ବଲପୁରର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ପ୍ରଭାବତୀ ଗୁରୁ ଓ ଆଞ୍ଚଳିକ ଉପ ନିର୍ଦ୍ଦେଶକ ଡକ୍ଟର ଜିତେନ୍ଦ୍ର ସାହୁ, ପାନପୋଷ ଡେପୁଟି କଲେକ୍ଟର ଏମ ଏସ୍ ଚାନ୍ଦିନୀ, ବିଜୁ ପଟ୍ଟନାୟକ ପୁରସ୍କାରପ୍ରାପ୍ତ ତଥା ପାନପୋଷ କ୍ରୀଡ଼ା ଛାତ୍ରାବାସର ପ୍ରଥମ କୋଚ ସିଲଭଷ୍ଟର ଟପ୍ପୋ ଓ ସରକାରୀ ସ୍ବୟଂ ଶାସିତ ମହାବିଦ୍ୟାଳୟ ର ପ୍ରିନ୍ସିପାଲ ବିଜୟ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ।

ଏହି କ୍ରୀଡ଼ା କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିବାରୁ ମ୍ୟୁନିସିପାଲ କଲେଜର କ୍ୟାପଟେନ ଏସ ଏନ ରାଉତ, ଏନଆଇଟି ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଅଜୟ ରାଉତ, ହୃଷିକେଶ ରାୟ କଲେଜର କ୍ରୀଡ଼ା ଶିକ୍ଷକ ସତ୍ୟ ରଞ୍ଜନ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅଧ୍ଯାପକ ପ୍ରଦୀପ ଖେସ କାର୍ଯ୍ୟକ୍ରମ ର ପରିଚାଳନା କରି ଥିଲେ।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼

nis-ad
Leave A Reply

Your email address will not be published.