ବାର୍ଷିକ କ୍ରୀଡ଼ାରେ ଅଘଟଣ: ଛାତ୍ରଙ୍କ ବେକରେ ପଶିଗଲା ଜାଭଲିନ୍‌

ବଲାଙ୍ଗିର: ବଲାଙ୍ଗିର ଜିଲା ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି । ବାର୍ଷିକ କ୍ରୀଡା ଚାଲିଥିବା ବେଳେ ଜଣେ ୯ମ ଶ୍ରେଣୀ ଛାତ୍ରଙ୍କ ବେକରେ ଗଳିଗଲା ଜାଭଲିନ । ଗୁରୁତର ଛାତ୍ରଙ୍କୁ ଉଦ୍ଧାର କରାଯାଇ ଭୀମଭୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଗୁରୁତର ଛାତ୍ର ଜଣକ ଆଗଲପୁରର ଗୁରୁଦେବ ମେହେରଙ୍କ ପୁଅ ସଦାନନ୍ଦ ମେହେର ବୋଲି ଜଣାପଡ଼ିଛି । ଆଜି ସକାଳ ପ୍ରାୟ ୧୦ଟାରେ ଏହି ଦୁର୍ଘଟଣା ଘଟିଛି । ଆହତ ଛାତ୍ରଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବଲାଙ୍ଗିର ଭୀମଭୋଇ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଛାତ୍ରଙ୍କ ବେକର ଏବେ ବି ଜାଭଲିନ ଗଳି ରହିଛି ।

nis-ad
Leave A Reply

Your email address will not be published.