୧୭ରୁ ୨୬ ଯାଏ କଟକ-ପାରାଦୀପ ରେଳ ସେକ୍ସନରେ ଟ୍ରେନ ବାତିଲ୍‌

ଭୁବନେଶ୍ବର : ଆସନ୍ତା ୧୭ରୁ ୨୬ ତାରିଖ ମଧ୍ୟରେ ପାରାଦୀପ ଷ୍ଟେସନଠାରେ ନିରାପତ୍ତା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ କଟକ-ପାରାଦୀପ ରେଳ ସେକ୍ସନରେ ଟ୍ରେନ ସେବା ପ୍ରଭାବିତ ହେବ। ଏହି ସମୟ ମଧ୍ୟରେ ୫ଟି ଟ୍ରେନ୍‌କୁ ବାତିଲ୍‌ କରାଯାଇଛି। ଡିସେମ୍ବର ୧୮ ଓ ୨୫ରେ ବିଶାଖାପାଟଣାରୁ ଛାଡ଼ିବାକୁ ଥିବା ବିଶାଖାପାଟନମ୍-ପାରାଦୀପ ଏକ୍ସପ୍ରେସ(୨୨୮୧୦), ୧୯ ଓ ୨୬ ତାରିଖରେ ପାରାଦୀପରୁ ଛାଡ଼ିବାକୁଥିବା ପାରାଦୀପ-ବିଶାଖାପାଟନମ୍ ଏକ୍ସପ୍ରେସ(୨୨୮୦୯) ବାତିଲ୍‌ ହୋଇଛି।

ସେହିପରି ଉଭୟ ପାର୍ଶ୍ବରୁ ୧୭ରୁ ୨୬ ତାରିଖ ମଧ୍ୟରେ ବାତିଲ ହେବାକୁ ଥିବା ଟ୍ରେନଗୁଡ଼ିକ ହେଲା ପୁରୀ-ପାରାଦୀପ-ପୁରୀ ଏକ୍ସପ୍ରେସ(୧୮୪୧୪/୧୮୪୧୩), କଟକ-ପାରାଦୀପ-କଟକ ମେମୁ(୦୮୪୪୫/୦୮୪୪୬) ଓ କଟକ-ପାରାଦୀପ-କଟକ ପାସେଞ୍ଜର ସ୍ପେସାଲ(୦୮୪୦୭/୦୮୪୦୮)।

nis-ad
Leave A Reply

Your email address will not be published.