ଓକିଲ ଆନ୍ଦୋଳନ, ଡିଜିପିଙ୍କୁ ସୁପ୍ରିମକୋର୍ଟ ଭର୍ତ୍ସନା

ଭୁବନେଶ୍ବର: ଓକିଲ ଆନ୍ଦୋଳନ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କଲେ ସୁପ୍ରିମକୋର୍ଟ। ପୁଲିସ ମହାନିର୍ଦେଶକ ଏବଂ ସମ୍ବଲପୁର ଆଇଜିଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି କୋର୍ଟ। ଓକିଲ ଆନ୍ଦୋଳନ ପ୍ରତିହତ କରିବାରେ ଓଡ଼ିଶା ପୁଲିସ ବିଫଳ। ଏ ନେଇ ପୁଲିସ ମହାନିର୍ଦେଶକ ଏବଂ ଆଇଜି ହାଜର ହେବାକୁ ନିର୍ଦେଶ।

ବୁଧବାର ଭିଡିଓ କନଫରେନସିଂରେ ହାଜର ହେବାକୁ କୋର୍ଟ ନିର୍ଦେଶଦେଲେ। ଓଡ଼ିଶା ପୁଲିସ ଯଦି ନ ପାରୁଛି, ତାହେଲେ ଆମକୁ ଜଣାନ୍ତୁ। ଆମେ ଏଥିପାଇଁ କେନ୍ଦ୍ରୀୟ ଫୋର୍ସ ମୁତୟନ କରିବୁ ବୋଲି ସୁପ୍ରିମକୋର୍ଟ ପ୍ରକାଶ କରିଛନ୍ତି। ଆନ୍ଦୋଳନ ନେଇ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ। ଆନ୍ଦୋଳନରତ ଓକିଲଙ୍କୁ ଆବଶ୍ୟକ ହେଲେ ଗିରଫ କରିବାକୁ କହିଥିଲେ।

nis-ad
Leave A Reply

Your email address will not be published.