ଯବାନଙ୍କ ଗୁଳିରେ ୨ ମାଓବାଦୀ ମୃତ୍ୟୁ ଘଟଣା; ଚିହ୍ନଟ ପାଇଁ ଆସିଲେନି କେହି

ଫୁଲବାଣୀ: ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିୟମରେ ଦୁଇଜଣ ମହିଳା ମାଓବାଦୀ ନିହତ ହୋଇଥିବା ବେଳେ ଉଭୟଙ୍କ ଶବକୁ ନେବା ପାଇଁ କିମ୍ବା ଚିହ୍ନଟ ପାଇଁ କେହି ମଧ୍ୟ ଆସିନଥିବା ଦେଖିବାକୁ ମିଳିଛି । ସରକାରୀ ନିୟମ ଅନୁସାରେ ସେମାନଙ୍କ ମୃତଦେହକୁ ଏଫ୍‌ସିଆଇ ଛକ ନିକଟସ୍ଥ ଏକ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି ।  ମୁଖ୍ୟ ଚିକିତ୍ସାଳୟରେ ଶବକୁ ସ୍ୱତନ୍ତ୍ର ଭାବେ ରଖାଯାଇଥିଲା । ଗତକାଲି ଅବଧି ପୂରଣ ପରେ ମହାପ୍ରାଣାୟ ଗାଡ଼ିରେ ଶବକୁ ନିଆଯାଇ ପୋତାଯାଇଥିଲା । ଗୋଛାପଡ଼ା ଥାନା ଅଧିକାରୀ ରଞ୍ଜିତ କୁମାର ମୁନୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ଶବ ସଂସ୍କାର କରାଯାଇଥିଲା ।

ସୂଚନା ଯୋଗ୍ୟ, ଗତ ୩ ଦିନ ତଳେ କନ୍ଧମାଳ ଓ ବୌଦ୍ଧ  ଜିଲ୍ଲା ସିମାନ୍ତ ଗୋଛାପଡା ଥାନା ଅନ୍ତର୍ଗତ ଲୁଇସିଂ ପଂଚାୟତର ମାଲାକେରା ଗ୍ରାମର ମାଟାକୁପା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଏସଓଜି  ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଦୀର୍ଘ ସମୟଧରି ଗୁଳିବିନିମୟ ହୋଇଥିବା ବେଳେ ଏଥିରେ ଯବାନ ମାନଙ୍କ ଗୁଳିରେ ୨ ଜଣ ମହିଳା ମାଓବାଦୀ ନିହତ ହୋଇଥିଲେ । ତେବେ ସେମାନଙ୍କର କୌଣସି ପ୍ରକାର ପରିଚୟ ମିଳିପାରିନଥିଲା । ଏହି ଘଟଣାରେ ଯବାନ ମାନେ ଏକ ମାଓ କ୍ୟାମ୍ପକୁ ଧ୍ୱଂସ କରିବା ସହିତ ବହୁ ମାଓ ସାମଗ୍ରୀ ମଧ୍ୟ ଜବତ କରିଥିଲେ ।

nis-ad
Leave A Reply

Your email address will not be published.