ସୁନାପୁର ବେଳାଭୂମି ହେଲା ସଫେଇ

ବ୍ରହ୍ମପୁର : ସବୁଜ ବାହିନୀର”ସ୍ୱଚ୍ଛ ପରିବେଶ ପର୍ଯ୍ୟଟନ ବିକାଶ “କାର୍ଯ୍ୟକ୍ରମ ଦ୍ୱିତୀୟ ପର୍ଯ୍ୟାୟରେ ସୁନାପୁର ବେଳାଭୂମି ହେଲା ସଫେଇ । ଗଂଜାମ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ମାନଙ୍କରେ ସ୍ୱଚ୍ଛ ଓ ସୁସ୍ଥ ପରିବେଶ ସୃଷ୍ଟି କରିବା ସହିତ ପ୍ଲାଷ୍ଟିକ ଓ ବର୍ଜ୍ୟବସ୍ତୁ ମୁକ୍ତ କରିବା ହେଉଛି ମୂଳ ଉଦ୍ଦେଶ୍ୟ । ସବୁଜ ବାହିନୀ ପକ୍ଷରୁ ପ୍ରଥମ ପର୍ଯ୍ୟାଳୟରେ ମା’ ମହୁରୀକାଳୁଆ ପୀଠକୁ ସଫେଇ କରାଯାଇଥିବା ବେଳେ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ସୁନାପୁର ବେଳାଭୂମିକୁ ସଫେଇ କରାଯାଇଛି । ସୁନପୁର ଗ୍ରାମର ସରପଞ୍ଚ ଲକ୍ଷ୍ମୀଧର ବେହେରା, ସମିତି ସଭ୍ୟ ଅମୁଲ୍ୟ ବେହେରା ଓ ଳଳୀଙ୍ଗ ବିଦ୍ୟ ମନ୍ଦିର ର ସ୍କାଉଟ ଗାଇଡ୍ ଛାତ୍ର ଛାତ୍ରୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବେଳାଭୂମିରେ ରହିଥିବା ପ୍ଲାଷ୍ଟିକ୍ ଓ ବଜ୍ୟବସ୍ତୁକୁ ସଂଗ୍ରହ କରିଥିଲେ ସଦସ୍ୟ ମାନେ । ଏଥି ସହ ସେଠାରେ ଉପସ୍ଥିତ ପର୍ଯ୍ୟଟକ ମାନଙ୍କୁ ପରିବେଶର ସୁରକ୍ଷା, ଜୀବଜନ୍ତୁର ରକ୍ଷା ଏବଂ ପ୍ଲାଷ୍ଟିକ୍ ର କୁପ୍ରଭାବ ଉପରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଇଥିଲା । ସଭାପତି ଶିବରାମ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏ. ପ୍ରକାଶ, ଗଣେଶ ପାଣିଗ୍ରାହୀ, ସନିଆ ଗୌଡ଼, ବନମାଳି ପ୍ରଧାନ, ଶିବରାମ ପ୍ରଧାନଙ୍କ ସମେତ ବହୁ ସଦସ୍ୟ ଯୋଗଦେଇ ବେଳାଭୂମିର ସଫେଇ କରିଥିଲେ ।

nis-ad
Leave A Reply

Your email address will not be published.