ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ନଗ୍ନ ଚିତ୍ର…

ଧର୍ମକୁ ଆଖିଠାର ନୀତି ରେ ହୋଇଛି କାମ…!

ଉମରକୋଟ: ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳ ହୋଇଥିବାରୁ ଏଠି ସମସ୍ତ ସରକାରୀ କାର୍ଯ୍ୟ କଳାପ ମନମୁଖୀ ହେବାର ଦୃଷ୍ଟାନ୍ତ ଥାଇ ମଧ୍ୟ ଉଚ୍ଚ ପଦସ୍ତ ଅଧିକାରୀ ବାବୁ ମାନେ ଚୁପ କାହିଁକି ବସିଛନ୍ତି ଅଞ୍ଚଳବାସୀଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି । ରାଇଘର ବ୍ଲକର ମୁଣ୍ଡିବେଡ଼ା ପଞ୍ଚାୟତର ଭତାଝରି ଗ୍ରାମରେ ପୁରୁଣା ପୋଖରୀ ପୁନରୁଦ୍ଧାର ନାମରେ ପ୍ରରୋଚନା କରି ସରକାରୀ ତହବିଲ ରୁ ଅର୍ଥ ବାଟମାରଣା ହୋଇଥିବା ଦେଖିବାକୁ ମିଳିଛି l ଏହି କାର୍ଯ୍ୟଟି ବିଗତ ୦୨/୦୫/୨୦୨୨ ରେ ଆରମ୍ଭ ହୋଇ ୦୨/୦୭/୨୦୨୨ରିଖରେ ସମାପ୍ତ ହୋଇଥିଲା l କାର୍ଯ୍ୟଟିର କାର୍ଯ୍ୟାଦେଶ କ୍ରମାଙ୍କ ୧୦୪୭୬୭୨୯ ଏବଂ ଆର୍ଥିକ ଅଟକଳ (୫,୦୦,୦୦୦) ପାଞ୍ଚ ଲକ୍ଷ ରହିଥିଲା । ତହିଁରୁ ୪,୫୪,୮୦୬.୫୧ ଟଙ୍କା ମାଟି କାମ ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଥିବା ବେଳେ ୩୩,୧୫୩.୯୨ଟଙ୍କା ମ୍ୟାଟେରିଆଲ ପାଇଁ ମଞ୍ଜୁରୀ ଦିଆଯାଇଥିଲା ଯାହା କାର୍ଯ୍ୟର କାର୍ଯ୍ୟାଦେଶରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି । ସାଧାରଣତ ସରକାରି ନିୟମ ଅନୁଯାୟୀ ୭୦% ମାଟି କାମ ଓ ୩୦% ମ୍ୟାଟେରିଆଲ ବାବଦରେ ଖର୍ଚ୍ଚ ରହିଥାଏ l ଏହି ପୋଖରୀ କାମ ପାଇଁ ମୋଟ ୧୫୫୨ ବ୍ୟକ୍ତି କାମ କରିଛନ୍ତି ଏବଂ ୩,୪୪,୫୪୪ଟଙ୍କା ଅନୁଦାନ ଉଠାଇଛନ୍ତି l ଇଟା ବାଲି ସିମେଣ୍ଟ ବାବଦରେ ଯେଉଁ ୩୦% ଟଙ୍କା ଖର୍ଚ୍ଚ ହେବା କଥା ତାହା ସେହି ପୋଖରୀର କାମ ଅନୁଧ୍ୟାନ ଘଟଣାର ସତ୍ୟାସତ୍ୟ ନିଶ୍ଚିନ୍ତ ତଦନ୍ତ ସାପେକ୍ଷ ଯାହାକି ଧର୍ମକୁ ଆଖିଠାର ନୀତିରେ ଏହି କାମ ହୋଇ ଥିବା ସ୍ପଷ୍ଟ ବାରି ହୋଇପଡୁଛି, ଚାରି ମାସରେ ପୋଖରୀରେ ଓଲ୍ହେଇବା ସିଡ଼ିର ଅବସ୍ଥା ଅତି ସଙ୍କଟପୂର୍ଣ୍ଣ , ବଡ଼ ବଡ଼ ପଥର ବାହାରିବା ସମେତ ସିମେଣ୍ଟ ବାଲିର କୌଣସି ଦେଖା ମିଳୁ ନାହିଁ l ପୋଖରୀର ଦୁଇ ପାର୍ଶ୍ୱ ଉପରେ ଉପରେ ଅଳ୍ପ ଅଳ୍ପ ମାଟି କାଟି ହୁଡ଼ା ତିଆରି କରି ଟଙ୍କା ଆତ୍ମସାତ କରିଛନ୍ତି ବୋଲି ଆରୋପ କରି ଗ୍ରାମର ବିଶିଷ୍ଟ ବ୍ୟକ୍ତି ଓ ସାଧାରଣ ଅଭିଯୋଗ କରିଛନ୍ତି l ଭତାଝରି ପୋଖରୀର କାର୍ଯ୍ୟଟିକୁ ଦୁର୍ନୀତି ନିବାରଣ ଅଧିକାରୀ ନିରପେକ୍ଷ ତଦନ୍ତ କରି ପର୍ଦ୍ଦାଫାସ କରିବା ପାଇଁ ଗ୍ରାମର ଭଦ୍ର ବ୍ୟକ୍ତି ଓ ଜନସାଧାରଣ ଦାବି କରିଛନ୍ତି l ଏଠାରେ ସୂଚନା ଥାଉକି ରାଇଘର ଅଞ୍ଚଳର ପ୍ରତ୍ୟେକ ଉର୍ଣ୍ଣୟନ ମୂଳକ କାର୍ଯ୍ୟ କୁ ଯଦି ଭିଜିଲାନ୍ସ ତଦନ୍ତ ପରିସର ଭୁକ୍ତ କରାଯାଏ ତେବେ ଦୁର୍ନୀତି ର ଫର୍ଦଫାସ ହୋଇ ପାରନ୍ତା ବୋଲି ଅଞ୍ଚଳ ବାସୀ ଦାବୀ କରିଛନ୍ତି l ଏହି ଅଞ୍ଚଳ ର ସମସ୍ତ ସରକାରୀ ଅନୁଦାନ କୁ ସରକାରୀ ବାବୁ ମାନେ ଖୋଲାମ ଖୋଲା ଲୁଟୁଥିବା ଅଭିଯୋଗ ହେଉଛି, ଜିଲ୍ଲା ପ୍ରଶାସନ ମଧ୍ୟ ଏହିସବୁ ଦୁର୍ନୀତି ଗନ୍ଧ ବାରି ମଧ୍ୟ ଚୁପ ରହିବା କାରଣ ଵି ସ୍ପଷ୍ଟ l ନବରଙ୍ଗପୁର ଜିଲ୍ଲାର ପ୍ରତ୍ୟେକ ଉର୍ଣ୍ଣୟନ ମୂଳକ କାର୍ଯ୍ୟ ବାଟ ମାରଣା, ପ୍ରଶାସନ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା ରେ ସରକାରୀ ବ୍ୟବସ୍ଥା ଆଜି ବାଟମାରଣା ତେଣୁ ରାଜ୍ୟ ସରକାର ଏଥି ପ୍ରତି ଦୃଷ୍ଟି ଦେବା ସହିତ ରାଜ୍ୟର ଅର୍ଥନୈତିକ ଶାଖା ଦ୍ଵାରା ଏଠାକାର ସମସ୍ତ ସରକାରୀ କର୍ମଚାରୀ ଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଉ ବୋଲି ଅଞ୍ଚଳ ବାସୀ ଦାବୀ ଜଣାଇ ଛନ୍ତି

(ଉମରକୋଟ, ରସିକ ସରକାର )

nis-ad
Leave A Reply

Your email address will not be published.