ଖୁବ୍‌ଶୀଘ୍ର ଶେଷ ହେବ ତାଳଚେର ରୋଡ୍‌-ଅନୁଗୁଳ ଦୋହରୀକରଣ କାମ

ଅନୁଗୁଳ : ପୂର୍ବତଟ ରେଳପଥର ଭୁବନେଶ୍ବର-କଟକ-ଅନୁଗୁଳ-ସମ୍ବଲପୁର ରେଳ ମାର୍ଗରେ ଅତି ଗୁରୁତ୍ୱପୂର୍ଣ୍ଣ ରେଳ ଲିଙ୍କ କାର୍ଯ୍ୟ ମଧ୍ୟରେ ଥିବା ତାଳଚେର ରୋଡ୍‌-ଅନୁଗୁଳ ଦୋହରୀକରଣ କାର୍ଯ୍ୟ ଖୁବ ଶୀଘ୍ର ଶେଷ ହେବାକୁ ଯାଉଛି। ଓଡ଼ିଶାରେ ରେଳ ସଂଯୋଗ କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଏବଂ ଏହି ପ୍ରକଳ୍ପ ସମ୍ପାଦନ ହେବା ପରେ ପୂର୍ବ ଓ ପଶ୍ଚିମ ଓଡ଼ିଶା ମଧ୍ୟରେ ରେଳ ଚଳଚଳ ଆହୁରି ସୁଗମ ହୋଇ ପାରିବ। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ଶୀଘ୍ର ଶେଷ କରି ଟ୍ରେନ ଚଳଚଳ ସୁଗମ କରିବା ପାଇଁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ନିର୍ଦେଶ ଦେବା ସହିତ ନିଜେ ଏହାର ବିକାଶମୂଳକ କାର୍ଯ୍ୟକୁ ତଦାରଖ କରୁଛନ୍ତି। ଫଳରେ ଏହି ମାର୍ଗରେ ଅଧିକରୁ ଅଧିକ ଟ୍ରେନ ଚଳାଚଳ ସୁବିଧାରେ ହୋଇପାରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ଓଡ଼ିଶାରେ ଏହି ଗୁରୁତ୍ୱପୂର୍ଣ୍ଣ ଟ୍ରେନ୍‌ ଟ୍ରାଫିକ ସୁବିଧା କାର୍ଯ୍ୟକୁ ଶୀଘ୍ର ସମ୍ପାଦନ ପାଇଁ ବିସ୍ତୃତ ଓ ଉପଯୁକ୍ତ ଯୋଜନା ସହିତ ସମନ୍ୱୟ ରକ୍ଷାକରି ତ୍ୱରିତ କାର୍ଯ୍ୟ ସମ୍ପାଦନ କରିବାକୁ ମହାପ୍ରବନ୍ଧକ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ଓଡ଼ିଶାର ରେଳପ୍ରକଳ୍ପଗୁଡ଼ିକ ମଧ୍ୟରୁ ଏହା ଏକ ଗୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ। ଏହି ପ୍ରକଳ୍ପ କାର୍ଯ୍ୟ ସମ୍ପାଦନ ହେବାପରେ ରାଜ୍ୟରେ ରେଳ ସଂଯୋଗ ଅଧିକ ସୁଗମ ହୋଇ ପାରିବ। ଏହି କାର୍ଯ୍ୟ ସମୟରେ ଟ୍ରେନ୍‌ ଯାତ୍ରୀମାନେ ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ଧ୍ୟାନଦେବାକୁ ମହାପ୍ରବନ୍ଧକ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ଏହି କାର୍ଯ୍ୟ ସମୟରେ ସ୍ୱଳ୍ପ ସଂଖ୍ୟକ ଟ୍ରେନ୍‌କୁ ବାତିଲ, ମାର୍ଗ ପରିବର୍ତନ ଓ ନିୟନ୍ତ୍ରଣ କରିବାକୁ ମଧ୍ୟ ପଦକ୍ଷେପ ନିଆଯାଇଅଛି।

nis-ad
Leave A Reply

Your email address will not be published.