ସ୍ଵାଗତ ସମ୍ବର୍ଦ୍ଧନା ସହ ଆଣ୍ଟି ରାଗିଂ ସଚେତନତା କାର୍ଯ୍ୟକ୍ରମ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଏମସି ଏସ ମହାବିଦ୍ୟାଳୟ ପରିସରରେ ଯୁକ୍ତ ଦୁଇ ଯୁକ୍ତ ତିନି ପ୍ରଥମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ସିନିଅର ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି l ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ସଭାପତିତ୍ବ କରି ନୂତନ ଛାତ୍ର ଛାତ୍ରୀ ମାନଙ୍କୁ ସ୍ଵାଗତ କରିବା ସହ କଲେଜର ନୀତି ନିୟମ ଅନୁଶାସନ ଉପରେ ଆଲୋଚନା କରିବା ପରେ ଯଦି କୌଣସି ଛାତ୍ରଛାତ୍ରୀ ବିଶୃଙ୍ଖଳା ସୃଷ୍ଟି କରେ କିମ୍ବା ଅନ୍ୟ ଛାତ୍ର ଛାତ୍ରୀଙ୍କୁ ରାଗିଙ୍ଗୀ କଲେ ସେ ପିଲା ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସହିତ କଲେଜରୁ ବହିଷ୍କାର କରାଯାଇ ପୋଲିସ ରେ ଦିଆଯିବ ବୋଲି ଚେତାବନୀ ଦେଇଥିଲେ l ରାଗିଙ୍ଗୀ ସେଲର ମୁଖ୍ୟ ଅଧ୍ୟାପକ ନରେନ୍ଦ୍ର ଦିଗାଲ ତାଙ୍କ ବକ୍ତବ୍ୟରେ କହିଲେ ଶୃଙ୍ଖଳା ର ସୋପାନ ଉପରେ ଦଣ୍ଡାୟମାନ, ଶୃଙ୍ଖଳା ହିଁ ସଫଳତାର ଚାବିକାଠି ଯଦି କୌଣସି ଛାତ୍ରଛାତ୍ରୀ ଏଥିରୁ ବ୍ଯତିକ୍ରମ କରେ ତାହେଲେ ସରକାରଙ୍କ ନିୟମ ଅନୁସାରେ ଦଣ୍ଡ ପାଇବ ଏବଂ ତାର ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହୋଇଯିବ ବୋଲି ସଚେତନ କରାଇଥିଲେ l ଅଧ୍ୟାପକ ବିଶ୍ନୁ ପ୍ରସାଦ ରଥ, ବିରୂପାକ୍ଷ ତ୍ରିପାଠୀ, ଅମୂଲ୍ୟ ସାବତ କଲେଜକୁ ସୁନ୍ଦର ଭାବରେ ଗଢି ତୋଳିବା ଦାୟିତ୍ଵ ତୁମ ମାନଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ l ଅଧ୍ୟାପିକା ସଂଘମିତ୍ରା ଦାଶ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ l ଅଧ୍ୟାପକ ରତନ ଦିଗାଲ ଧନ୍ଯବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ କୁ ଛାତ୍ର ବିଶାଲ, ଲିଟୁ, ଲିପୁନ, ସାଗର, ସୁବଳ ରିଙ୍କୁ, ଆରିୟନ଼, ଜନସନ୍, ଅନିମା, ଜ୍ୟୋତି, ସୁମତି ବିଜୟଲକ୍ଷ୍ମୀ, ଅଞ୍ଜଲି, ସୁରଭୀ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l କାର୍ଯ୍ୟକ୍ରମ ରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଯୋଗ ଦେଇଥିବା ବେଳେ ଅଧ୍ୟାପକ ଗୀଦିୟାନ ଦିଗାଲ ଏବଂ ବିକାଶ ମୁଖୀ ସାଂସ୍କୃତିକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ l

nis-ad
Leave A Reply

Your email address will not be published.