ପ୍ରଫେସର ଡକ୍ଟର ‌ସୁଦର୍ଶନ ଆଚାର୍ଯ୍ୟଙ୍କ ଦେହାନ୍ତରେ ଶିଶୁ ସାହିତ୍ୟ ବିକାଶ ପରିଷଦ ତରଫରୁ ମିଳିତ ଆନୁଷ୍ଠାନିକ ଶ୍ରଦ୍ଧାଞ୍ଜଳି ସଭା

ବ୍ରହ୍ମପୁର : ଉତ୍କଳ ଆଶ୍ରମ ପାଠାଗାର କକ୍ଷରେ ଓଡ଼ିଆ ଭାଷା ସାହିତ୍ୟ ଜଗତର ବିଶିଷ୍ଟ ଗବେଷକ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ଭାଷା ସାହିତ୍ୟ ବିଭାଗ ଅବସରପ୍ରାପ୍ତ ପ୍ରଫେସର ଡ଼ ସୁଦର୍ଶନ ଆଚାର୍ଯ୍ୟ ଙ୍କ ଦେହାନ୍ତ ରେ ଶିଶୁ ସାହିତ୍ୟ ବିକାଶ ପରିଷଦ ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଲେଖିକା ସାମ୍ମୁଖ୍ୟ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ତରଫରୁ ମିଳିତ ଶୋକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ର ସଭାପତି ହାଡିବନ୍ଧୁ ମାଳିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଶୋକ ଶ୍ରଦ୍ଧାଞ୍ଜଳି ସଭା ରେ ଲେଖିକା ସାମ୍ମୁଖ୍ୟ ସାଧାରଣ ସମ୍ପାଦିକା ଡ଼ ସୂଚନା ପାଢ଼ୀ, ବିଶିଷ୍ଟ କଳା ସାହିତ୍ୟ ଓ ସଂସ୍କୃତି ଗବେଷକ ଡ଼ ବାୟାମନୁ ଚର୍ଚ୍ଚି ଏବଂ ସାଧାରଣ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ପ୍ରମୁଖ ମଞ୍ଚାସିନ ହୋଇ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଗ୍ରହ ଏବଂ ପ୍ରଫେସର ଡକ୍ଟର ‌ସୁଦର୍ଶନ ଆଚାର୍ଯ୍ୟ ଙ୍କ ଫୋଟୋ ଚିତ୍ର ରେ ମାଲ୍ୟାର୍ପଣ କରାଯାଇଥିଲା।
ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ ମହୋଦୟ ଙ୍କ ସମଗ୍ର ଜୀବନ ଅଧ୍ୟୟନ ଅଧ୍ୟାପନା, ତାଳପତ୍ର ପୋଥୀ ପଠନ ଓ ଗବେଷଣା , ବିଶିଷ୍ଟ କବି ଲେଖକ ଙ୍କ ଗ୍ରନ୍ଥାବଳୀ ସମ୍ପାଦନା, “କଥା ସରିତ ସାଗର” ଭଳି ଦୁର୍ମୂଲ୍ୟ ଗ୍ରନ୍ଥ ସମେତ ଅନ୍ୟାନ୍ୟ ଗ୍ରନ୍ଥର ଅନୁବାଦ ସହ ଗବେଷଣା ରତ ଶତାଧିକ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିବା ଇତ୍ୟାଦି ସହ ବିଭିନ୍ନ ସଭାସମିତି ରେ ସାହିତ୍ୟ ର ବିଭିନ୍ନ ବିଭାଗ ଏବଂ ଓଡ଼ିଆ ସଂସ୍କୃତି ଉପରେ ଉପାଦେୟ ଉଦବୋଧନ ପ୍ରଦାନ କରିବା ଇତ୍ୟାଦି ଦାୟିତ୍ଵ ବହନ କରି ଅତିବାହିତ ହୋଇଥିଲା। ତାଙ୍କର ଦେହାବସାନ ରେ ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ଗବେଷଣା କ୍ଷେତ୍ରରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି ମଞ୍ଚାସିନ ଅତିଥିମାନଙ୍କ ସମେତ ଉପସ୍ଥିତ ସାହିତ୍ୟିକ ସାହିତ୍ୟିକା, ଶିକ୍ଷାବିତ ବୁଦ୍ଧିଜୀବୀ ଦୁଃଖାଭୀଭୁତ ହୋଇ ମତବ୍ୟକ୍ତ କରିଥିଲେ। ପ୍ରାରମ୍ଭରେ ସ୍ବର୍ଗତ ପ୍ରଫେସର ଆଚାର୍ଯ୍ୟ ଙ୍କ ଆତ୍ମାର ସଦଗତି କାମନା କରି ନିରବ ପ୍ରାର୍ଥନା କରାଯାଇଥିଲା ।

ଏହି ସ୍ମୃତି ଚାରଣ ଶ୍ରଦ୍ଧାଞ୍ଜଳି ସଭା ରେ ଅନୁଷ୍ଠାନ ର କାର୍ଯ୍ୟକାରୀ ସଭାପତି ବିଜୟ ଚନ୍ଦ୍ର ନନ୍ଦ, କୋଷାଧ୍ୟକ୍ଷ ନିତ୍ୟାନନ୍ଦ ପାଢ଼ୀ,ଲେଖିକା ସାମ୍ମୁଖ୍ୟ ସଭାନେତ୍ରୀ ସ୍ବର୍ଣ୍ଣପ୍ରଭା ମିଶ୍ର, ଡ଼ ପୁଷ୍ପାଞ୍ଜଳି ପଢାଳ, ଆରତୀ ଶତପଥୀ, ବରିଷ୍ଠ କବି ଭିକାରୀ ଚରଣ ମହାପାତ୍ର, ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ,ସ୍ତମ୍ଭକାର ଦେବୀ ପ୍ରସାଦ ମହାପାତ୍ର, ରଥଶର୍ମା ମିହିର କୁମାର, ମଧୁସ୍ମିତା ସାହୁ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ର ସଭାପତି ସ୍ତମ୍ଭକାର ରାଧା ଚରଣ ନାୟକ, ଲେଖକ ଶରତ କୁମାର ଦାସ, ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ | ବିଜୟ ଚନ୍ଦ୍ର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.