ସେକ୍ସ ରାକେଟର ପର୍ଦ୍ଦାଫାସ କଲା ମାଲକାନଗିରି ପୋଲିସ, ଦୁଇଯୁବତୀ ସହ ୨ଗ୍ରାହକ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା କୁମୁଟିଗୁଡା ସ୍ଥିତ ଅନ୍ନପୂର୍ଣ୍ଣା ରାଇସ ମିଲ ନିକଟ ଏକ ଘରେ ସେକ୍ସ ରାକେଟ ଚାଲୁଥିବା ପୋଲିସ ଜାଣିବାକୁ ପାଇଥିଲେ । କିଛି ମହିଳା ପୋଲିସ ସହ ସେହି ଘରେ ଚଢ଼ାଉ କରିଥିଲେ । ଏହି ଚଢ଼ାଉ ସମୟରେ ଅସଞ୍ଜତ ଅବସ୍ଥାରେ ସେହି ଘରୁ ୨ ଜଣ ଯୁବକ ଓ ଯୁବତୀ କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଗିରଫ ହୋଇଥିବା ୨ ଜଣ ଯୁବକ ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାର ବୋଲି ଜଣା ପଡ଼ିଛି । ତେବେ ଏହି ଦୁଇ ଜଣ ଯୁବତୀଙ୍କ ମଧ୍ୟରୁ ଜଣେ ଝାରସୁଗୁଡା ର ଓ ଅନ୍ୟ ଜଣେ ମାଲକାନଗିରି ଏମ ଭି ୭ ନମ୍ବର ର ବୋଲି ଜଣା ପଡ଼ିଛି । ଏମାନଙ୍କ ନିକଟରୁ ମୋବାଇଲ ଓ ଅନ୍ୟାନ ସାମଗ୍ରୀ ଜବତ କରାଯାଇଛି । ଏଥିସହ ଏପରି ଚଢ଼ାଉ ଆଗକୁ ଜାରିରହିବ ବୋଲି ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋ ପ୍ରକାଶ କରିଛନ୍ତି ।

nis-ad
Leave A Reply

Your email address will not be published.