ଭୁବନେଶ୍ୱର : ସାଲିଆ ସହିରେ ଗତକାଲି ଜଣେ ନାବାଳିକାକୁ ଅତ୍ୟନ୍ତ ନିର୍ମମ ଭାବେ ମାଡ଼ ମାରିଥିବା ଅଭିଯୋଗ। ଘଟଣାସ୍ଥଳରେ ଚାଇଲଡ ଲାଇନ ଓ ନୟାପଲ୍ଲୀ ପୋଲିସ ପହଂଚି ଉକ୍ତ ନାବାଳିକାକୁ ଉଦ୍ଧାର କରିବା ସହ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲେ। ପରେ ସେମାନଙ୍କ ନାଁ ରେ ମାମଲା ରୁଜ୍ଜୁ ପରେ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ପଇସା ପାଇଁ ଉକ୍ତ ନାବାଳିକା ଜଣକ କାଇମାଟିଆର ବିଭୁତି ପାଟଶାଣୀ ଓ ସୋନାଲି ପାଟଶାଣିଙ୍କ ଘରେ କାମ କରୁଥିଲେ ୧୧ ବର୍ଷୀୟା ନାବାଳିକା।
ବାରମ୍ବାର ଅକଥନୀୟ ଅତ୍ୟାଚାର କରୁଥିବା ଜଣାପଡିବା ପରେ ଚାଇଲଡ ଲାଇନ ଓ ନୟାପଲ୍ଲୀ ପୋଲିସ ପହଞ୍ଚି ଛୁଆକୁ ଉଦ୍ଧାର କରିଥିଲେ। ଘଟଣାରେ ଚାରି ଜଣଙ୍କ ନାଁ ରେ ମାମଲା ରୁଜ୍ଜୁ କରାଯାଇଛି। ବିଭୁତି ପାଟଶାଣୀ ଓ ସୋନାଲି ପାଟଶାଣୀଙ୍କୁ କୋର୍ଟ ଚାଲାଣ କରାଯିବା ସହ ଅନ୍ୟ ୨ ଜଣଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ କରୁଛି।ଫେରାର ଥିବା ଅନ୍ୟ ୨ ଜଣଙ୍କ ଭିତରେ ଜଣେ ନାବାଳକ ରହିଥିବା ସୂଚନା ମିଳିଛି।