ଜାରକା ଅଞ୍ଚଳରେ ଜିଲ୍ଲା ସ୍ପେଶାଲ ସ୍କ୍ୱାର୍ଡର ଚଢ଼ାଉ: ବ୍ରାଉନ ସୁଗାର ଜବତ ସହ, ୨ ଗିରଫ

ଯାଜପୁର:  ପକ୍ଷରୁ ଜାରକା ଷ୍ଟାଡିୟମ ନିକଟରେ ଚଢ଼ାଉ କରି ଜଣେ ବେପାରୀକୁ ଉଠାଇ ନିଆଯାଇଥିଲା। ପଚରା ଉଚରା ସମୟରେ ଧର୍ମଶାଳା ଥାନା ଅଞ୍ଚଳର ଜଣେ ଯୁବକ ବ୍ରାଉନ ସୁଗାର କାରବାରରେ ସାମିଲ ଥିବା ପୋଲିସ ଜାଣିବାକୁ ପାଇଥିଲା। ଯାଞ୍ଚ ପରେ ସେମାନଙ୍କ ନିକଟରୁ ୧.୭୭ଗ୍ରାମ ବ୍ରାଉନ ସୁଗାର ସହ ନଗଦ ୬ହଜାର ଟଙ୍କା, ୨ଟି ମୋବାଇଲ, ବ୍ୟବହୃତ ମଟର ସାଇକେଲ ଆଦି ଜବତ କରାଯାଇଛି।

ଏଥିସହ ୨ଅଭିଯୁକ୍ତକୁ ଗିରଫ କରାଯାଇଛି। ଅଭିଯୁକ୍ତ ମାନେ ହେଲେ ଭଦ୍ରକ ଅଂଚଳର ନବୀନ ଦାସ ଓ ଧର୍ମଶାଳା ଥାନା ଅଂଚଳର ଆଶୁତୋଷ ମିଶ୍ର। ଉଭୟଙ୍କୁ ଧର୍ମଶାଳା ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ତେବେ ବାରମ୍ବାର ଜାରକା ଓ ଧର୍ମଶାଳା ଅଞ୍ଚଳରୁ ବ୍ରାଉନ ସୁଗର ଜବତ ନେଇ ବେପାରୀଙ୍କ ଏହା ଚରା ଭୂଇଁ ଓ ଗ୍ରାହକଙ୍କ ହବ୍ ପାଲଟିଥିବା ସାଧାରଣରେ ଚର୍ଚ୍ଚା ହେଉଛି।

nis-ad
Leave A Reply

Your email address will not be published.