କନ୍ଧମାଳ-ବୌଦ୍ଧ ସୀମାନ୍ତରେ ଗୁଳି ବିନିମୟ, ୨ ମାଓବାଦୀଙ୍କ ମୃତ୍ୟୁ…

ଫୁଲବାଣୀ:- ୦୬/୧୨: ମଙ୍ଗଳବାର କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ସୀମାନ୍ତ ଗୋଛାପଡା ଥାନା ଅଞ୍ଚଳରେ ଏସଓଜିର କମ୍ବିଂ ଅପରେସନ ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲା l ଫଳରେ ଉଭୟଙ୍କ ପକ୍ଷରୁ ଗୁଳି ବିନିମୟ ହୋଇଥିଲା l ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ଦୁଇ ଜଣ ଯାକ ମହିଳା କ୍ୟାଡର ମାଓବାଦୀ ବୋଲି ସୂଚନା ମିଳିଛି, ସୁରକ୍ଷାକର୍ମୀମାନେ ମାଓ କ୍ୟାମ୍ପକୁ ଧ୍ୱସ୍ତ କରିବା ସହ ମାଓ ସମଗ୍ରୀ ଜବତ କରିଥିବା ଜଣାପଡିଛି l ସେଥି ମଧ୍ୟରେ ୭/୮ ବନ୍ଧୁକ, ଗୁଳି ସମେତ ବହୁ ଆସବାବପତ୍ର ରହିଥିବା କୁହାଯାଉଛି l ଏବେ ମାଓବାଦୀଙ୍କ ପିଏଲଜିଏ ସପ୍ତାହ ଚାଲିଥିବା ଯୋଗୁଁ ମାଓବାଦୀ ମାନେ ଜିଲ୍ଲାରେ କାଳେ କିଛି ଅଘଟଣ ଘଟାଇବେ ତାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କମ୍ବିଙ୍ଗ କରାଯାଉଥିବା ବେଳେ ଆଜି ମାଓବାଦୀ ସହ ପୋଲିସର ମୁହଁlମୁହିଁ ହୋଇଥିଲା l ତେବେ ଏ ନେଇ ପୋଲିସ ଏସପି କୌଣସି ସୂଚନା ସ୍ପଷ୍ଟୀକରଣ କରି ନାହାଁନ୍ତି l

nis-ad
Leave A Reply

Your email address will not be published.