ସାପ କାମୁଡ଼ାରେ ମହିଳା ଗୁରୁତର…


ବୁଗୁଡ଼ା : ତା ୦୬/୧୨/୨୨ : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ସୋଲଣ୍ଡି ଗ୍ରାମର ଜନୈକା ମହିଳା ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି ।ଗୁରୁତର ମହିଳା ଜଣକ ହେଲେ ନିଳାଞ୍ଚଳ ଭୂୟାଁଙ୍କ ପତ୍ନୀ ଦିପ୍ତିମୟୀ ଭୂୟାଁ (୨୭) ।ଘଟଣାରୁ ପ୍ରକାଶ ଯେ , ଆଜି ସଂଧ୍ୟାରେ ଦିପ୍ତିମୟୀ ପାଣି ଆଣିବାକୁ ବାରିପଟ କୂଅକୁ ଯାଇଥିଲେ । ସେଠାରେ ଅନ୍ଧାରରେ ଥିବା ଏକ ବୋଡା ସାପ ତାଙ୍କର ଡାହାଣ ପାଦକୁ କାମୁଡି ଦେଇଥିଲା । ଅସହ୍ୟ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ବୁଗୁଡ଼ା ମେଡିକାଲକୁ ଆଣିଥିଲେ ।ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଥିଲା ।

nis-ad
Leave A Reply

Your email address will not be published.