ବାବାସାହେବ ଆମ୍ବେଦକରଙ୍କ 66ତମ ମହାପରିନିର୍ବାଣ ଦିବସ ପାଳନ…


ବ୍ରହ୍ମପୁର : ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ 66ତମ ମହାପରିନିର୍ବାଣ ଦିବସରେ ଆଜି ବ୍ରହ୍ମପୁର ଠାରେ ପ୍ରଭାତ ଫେରି ପରେ ଲାଞ୍ଜିପଲ୍ଲୀ ସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ସ୍ମରଣ ସଭା ଆୟୋଜିତ ହୋଇଯାଇଛି l ପୂଜ୍ୟ ପୂଜା ସମିତି, ମିଳିତ ଜନ ଅଧିକାର ଆନ୍ଦୋଳନ ଓ ବିକାଶ ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ ମିଳିତ ଭାବେ ଆୟୋଜିତ l ବିବିଧ ବିଦ୍ୟାରେ ପ୍ରବୀଣ, ବହୁତତ୍ତ୍ୱଦର୍ଶୀ, ବିଦ୍ୱାନ ଆମ୍ବେଦକରଙ୍କ ର ଭାରତବର୍ଷର ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଯୋଗଦାନ ଅବିସ୍ମରଣୀୟ l ସ୍ୱାଧୀନ ଭାରତରେ ପ୍ରଥମ ଆଇନମନ୍ତ୍ରୀ ରୂପେ ଦେଶର ସମ୍ବିଧାନର ଖସଡ଼ା ପ୍ରସ୍ତୁତିରେ ସେ ଗୁରୁତ୍ୱପୂର୍ଣ ଭୂମିକା ସମ୍ପାଦନ କରିଥିଲେ l ଆଧୁନିକ ଭାରତର ସମ୍ବିଧାନ ପ୍ରଣୟନ ହେଉଛି ଭାରତବାସୀଙ୍କ ପ୍ରତି ମହାର୍ଘ ଦାନ l ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଭାରତୀୟଙ୍କ ପାଇଁ ସମାନ ଅଧିକାର ଓ ଦୁର୍ବଳ ଅବହେଳିତ, ଶୋଷିତ ସମାଜର ଲୋକଙ୍କ ପାଇଁ କଲ୍ୟାଣକାରୀ ସ୍ୱତନ୍ତ୍ର ସୁବିଧା ସୁଯୋଗ ସମ୍ବିଧାନରେ ସନ୍ନିବେଷିତ ହୋଇଛି l ଏହି ସଭାରେ ଆଇନଜୀବି ତଥା ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ ଗୟା ଅଧ୍ୟକ୍ଷତା କରିଥିବାବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା,ସ୍ଥାନୀୟ କର୍ପୋରେଟର ସୋନାଲି ଗନ୍ତାୟତ,ସମିତି ସଭାପତି ବଂଶୀଧର ଭୂୟାଁ,ବିକାଶ ସ୍ବେଛାସେବୀ ସଂଗଠନର ନେତା ତଥା ପୂର୍ବତନ ଅବକାରୀ ଅଧିକ୍ଷକ ନଳିନୀ କାନ୍ତ ବେହେରା,ଡା. ଗୋପବନ୍ଧୁ ବେହେରା,ଗୁଣନିଧି ବେହେରା,ବରିଷ୍ଠ ସାମ୍ବାଦିକ ରବି ରଥ, ଚାଷୀ ମୁଲିଆ ସଂଘ ନେତା ନିରାକାର,ଜନ ଜାଗରଣ ଅଭିଯାନ ଆବାହକ ମଧୁସୂଦନ,ପଛୁଆ ବର୍ଗ ନେତା ଶିବରାମ,ମାନବ ଅଧିକାର ସୁରକ୍ଷା ମଞ୍ଚର ବିଜୟ ଚନ୍ଦ୍ର ବିଶୋଇ, ମାଗୁଣି ନାହାକ, ସୁରେନ୍ଦ୍ର ନାଥ ପଣ୍ଡା, ରାମ ଚନ୍ଦ୍ର ସାହାଣୀ, ସତ୍ୟ ନାରାୟଣ ରାଓ,ପୂର୍ବତନ କର୍ପୋରେଟର ଭଗବାନ ଗନ୍ତାୟତ,ଗଗନ ଚନ୍ଦ୍ର ମଲ୍ଲିକ,ଜଗନ୍ନାଥ ସାବତ,ଭାସ୍କର ହାତୀ,ପଦ୍ମ ଚରଣ ନିମାଇଁ, ଯୁବନେତା ଶ୍ରୀକାନ୍ତ ସେଠୀ, ପଦ୍ମ ନାୟକ ପ୍ରମୁଖ ଯୋଗ ଦେଇଥିଲେ l

nis-ad
Leave A Reply

Your email address will not be published.