ଦିଲ୍ଲୀର ସୁବାଷ ମହଲା ୱାର୍ଡରେ ୪୫୦ ଭୋଟରଙ୍କ ନାମ ଗାଏବ: ବିଜେପି ନେତା

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଭଳି ବିଜେପି ସାଂସଦ ମନୋଜ ତିୱାରୀ ସମାନ ଅଭିଯୋଗ ଆଣିଛନ୍ତି। ରାଜଧାନୀ ଦିଲ୍ଲୀରେ ଚାଲିଥିବା ଏମସିଡି ନିର୍ବାଚନରେ ହୋଇଛି ଅନିୟମିତତା। ଭୋଟର ତାଲିକାରେ ଅନେକଙ୍କ ନାମ ଗାଏବ ହୋଇଯାଇଥିବା ଅଭିଯୋଗ ଆଣି ପରସ୍ପରକୁ ଦୋଷାରପ କରିଛନ୍ତି। ଦିଲ୍ଲୀର ସୁବାଷ ମହଲା ୱାର୍ଡରେ ୪୫୦ ଭୋଟରଙ୍କ ନାମ ଭୋଟର ତାଲିକାରୁ ଡିଲିଟ ହୋଇଯାଇଛି। ସେମାନେ ବିଜେପିକୁ ସମର୍ଥନ କରୁଥିବାରୁ ତାଙ୍କ ନାମ ହଟାଇ ଦିଆଯାଇଥିବା , ଦଳର ସାଂସଦ ମନୋଜ ତିୱାରୀ ଅଭିଯୋଗ କରିଛନ୍ତି। ଏହି ୱାର୍ଡ଼ ନିର୍ବାଚନ ବାତୀଲ କରି ପୁନଃ ନିର୍ବାଚନ କରିବାକୁ ସେ ଦାବି କରିଛନ୍ତି। ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ଏହି ହେରଫେର ପାଇଁ ସେ ଦିଲ୍ଲୀ ସରକାରଙ୍କୁ ଦାୟୀ କରିଛନ୍ତି। ସୁବାଷ ମହଲା ୱାର୍ଡରେ ୪୫୦ଭୋଟରଙ୍କ ନାମ ଭୋଟର ତାଲିକାରୁ ଗାଏବ ହୋଇଯାଇଛି। କାରଣ ସେମାନେ ବିଜେପିକୁ ସମର୍ଥନ କରୁଛନ୍ତି। ଏହା ଦିଲ୍ଲୀ ସରକାରଙ୍କ ଏକ ବଡ଼ ଷଡ଼ଯନ୍ତ୍ର। ମୁଁ ଏହା ବିରୋଧରେ ଅଭିଯୋଗ କରିବି ଏବଂ ଏହି ମତଦାନ ବାତିଲ କରିବା ପାଇଁ ଆବେଦନ କରିବି ବୋଲି ବିଜେପି ସାଂସଦ ମନୋଜ ତିୱାରୀ କହିଛନ୍ତି।
ଦିଲ୍ଲୀ କଂଗ୍ରେସ ସଭାପତି ଅନିଲ ଚୌଧୁରୀ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି। ସେ ଭୋଟ୍ ଦେବା ପାଇଁ ମତଦାନ କେନ୍ଦ୍ରରେ ପହଞ୍ଚିବା ପରେ ତାଲିକାରୁ ତାଙ୍କ ନାମ ନଥିବା କହିଛନ୍ତି। ‘ବିଜେପି’ ତାଙ୍କ ନାଁ କାଟି ଦେଇଛି। ବୁଥ୍‌ରେ ପହଞ୍ଚିବା ପରେ ତାଲିକାରେ ତାଙ୍କ ନାଁ ନ ମିଳିବାରୁ ସେ ଭୋଟ୍‌ ଦେବାରୁ ବଞ୍ଚିତ ହୋଇଥିବା କଥା କହିଛନ୍ତି।

ଗଣମାଧ୍ୟମକୁ ସେ କହିଛନ୍ତି, ଭୋଟର୍‌ ତାଲିକାରେ ଆହୁରି ଅନେକଙ୍କ ନାଁ ନ ଥିବା ବିଷୟରେ ସେ ସମଗ୍ର ଦିଲ୍ଲୀର ବିଭିନ୍ନ ଅଞ୍ଚଳରୁ ଫୋନ୍‌ କଲ୍‌ ପାଉଛନ୍ତି। ଭୋଟର୍‌ ତାଲିକାରୁ ଲକ୍ଷ ଲକ୍ଷ ଲୋକଙ୍କ ନାଁ କାଟି ଦିଆଯାଇଛି। ନିର୍ବାଚନ ଜିଣିବାର ଆଶା ନ ଥିବାରୁ ‘ବିଜେପି’ ଏ କାର୍ଯ୍ୟ କରିଛି। ସେଥିପାଇଁ ପୂର୍ବରୁ ୱାର୍ଡ ସଂଖ୍ୟା ବି ହ୍ରାସ କରିଥିଲା।

nis-ad
Leave A Reply

Your email address will not be published.