ବାଲେଶ୍ୱରରେ ପାଗଳା କୁକୁର ଆତଙ୍କ: ୨୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ କାମୁଡ଼ିବା ପରେ ପିଟି ପିଟି ମାରିଦେଲେ ଲୋକେ

ବାଲେଶ୍ୱର: ବାଲେଶ୍ୱରରେ ପାଗଳା କୁକୁର ଆତଙ୍କ । ୨୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ କାମୁଡ଼ିବା ପରେ ପିଟି ପିଟି ମାରିଦେଲେ ଲୋକେ । ବାଲେଶ୍ୱର ସୁନହଟ ସ୍ଥିତ କଂସେଇ ମହଲା ଅଞ୍ଚଳରେ ପାଗଳା କୁକୁର ଆତଙ୍କ । କୁକୁର କାମୁଡ଼ାରେ ୨୦ରୁ ଉର୍ଦ୍ଧ୍ଵ ଲୋକ ଆହତ ହୋଇଛନ୍ତି । ଆହତଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି ।

ଗତକାଲି ଜଣେ ଶିଶୁକୁ ଆକ୍ରମଣ କରିଥିବା ବେଳେ ଆଜି ସକାଳେ ସ୍ଥାନୀୟ ଲୋକେ ରାସ୍ତାରେ ଯିବା ଆସିବା କରୁଥିବା ବେଳେ ଆକ୍ରମଣ କରିଥିଲା । ସ୍ଥାନୀୟ ଅଞ୍ଚଳର ପାଖାପାଖି ୨୦ରୁ ଅଧିକ ଲୋକଙ୍କୁ ଆକ୍ରମଣ କରିଥିଲା । ତେବେ ଲୋକଙ୍କୁ ଆକ୍ରମଣ କରିଥିବା କୁକୁରକୁ ପିଟି ପିଟି ମାରି ଦେଇଥିବା ଜଣାପଡିଛି ।

nis-ad
Leave A Reply

Your email address will not be published.