ମହିମା ଗାଦିରେ ଉଚ୍ଛେଦ ଘଟଣାରେ ହସ୍ତକ୍ଷେପ କଲା ବିଶ୍ଵ ହିନ୍ଦୁ ପରିଷଦ

ଢେଙ୍କାନାଳ: ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଜୋରନ୍ଦା ମହିମାଗାଦିରେ କୌପନି ଧାରୀ ସାଧୁ ଗୋଷ୍ଠୀଙ୍କ ଦୀର୍ଘ ବର୍ଷର ଉପାସନା ପୀଠ ଭାଙ୍ଗି ଉଚ୍ଛେଦ ଘଟଣାରେ ହସ୍ତକ୍ଷେପ କରିଛି ବିଶ୍ୱ ହିନ୍ଦୁ ପରିଷଦ । ବିଶ୍ୱ ହିନ୍ଦୁ ପରିଷଦ ର ରାଜ୍ୟ ସାଧାରଣ ସମ୍ପଦକ ମହେଶ କୁମାର ସାହୁ ଓ ଢେଙ୍କାନାଳର ସଭାପତି ଆଜି ଜୋରନ୍ଦା ମହିମା ଗାଡି ଗସ୍ତ କରିଥିଲେ । ଜୋରନ୍ଦା ମହିମା ଗାଦି  ବିବାଦୀୟ ସ୍ଥାନରେ ଥିବା କୌପୁନୀ ମହିମା ଧାରୀ ସନ୍ନ୍ୟାସୀ ମାନଙ୍କ ପକ୍ଷରୁ ଧ୍ଵନୀମନ୍ଦିର , ଜ୍ୟୋତି ମନ୍ଦିର, ଟୁଙ୍ଗି ଭାଙ୍ଗିବା ଘଟଣା ଦେଖି ଦୁଃଖ ପ୍ରକାଶ କରିଛନ୍ତି ।

ପରେ ପରିସ୍ଥିତି ଉପରେ ଅନୁଧ୍ୟାନ କରିବା ସହ କୌପୁନୀ ଧାରୀ ଏବଂ ବକଳଧାରୀ ସାଧୁ ସନ୍ନ୍ୟାସୀମାନଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ମହିମା ଗାଦିର ବିକାଶ ପାଇଁ ପଦକ୍ଷେପ ସ୍ୱାଗତ ଯୋଗ୍ୟ ହୋଇପାରେ । ମାତ୍ର ଏହା ପୂର୍ବରୁ ଉଭୟ ସାଧୁ ଗୋଷ୍ଠୀଙ୍କ ସହ ଆଲୋଚନା କରି ବିକଳ୍ପ ବ୍ୟବସ୍ଥା ପରେ ଉଚ୍ଛେଦ କରାଯାଇଥିଲେ ହୁଏତ ଆଜି କିଛି ସାଧୁ ଗୋଷ୍ଠୀଙ୍କ ଉପାସନାର ସମସ୍ୟା ଉପୁଜିନଥାନ୍ତା ବୋଲି ପ୍ରକାଶ କରିଛନ୍ତି। 

ପରେ ବିଶ୍ଵ ହିନ୍ଦୁ ରାଜ୍ୟ ସଂପାଦକ ଓ ଏକ ୩ ଜଣିଆ ଟିମ୍ ଜିଲ୍ଲାପାଳଙ୍କୁ ଭେଟି ତୁରନ୍ତ ସମସ୍ୟାର ସମାଧାନ ବାହାର କରିବା ସହ ଶ୍ରଦ୍ଧାଳୁ ମାନଙ୍କ ମନରେ ଲାଗିଥିବା କଷ୍ଟକୁ ଦୂର କରିବାକୁ କହିଥିଲେ।ଭାଙ୍ଗିବା ପୂର୍ବରୁ ଜିଲ୍ଲା ପ୍ରଶାସନ ଚାହିଁ ଥିଲେ କିଛି ସମାଧାନର ରାସ୍ତା ବାହାରି ପାରିଥାନ୍ତା ବୋଲି କହିବା ସହ ଦୁଃଖ ପ୍ରକାଶ କରିଥିଲେ। ସେଠାରେ ଉଭୟ ଗୋଷ୍ଠୀର ବାବା ମାନଙ୍କୁ ଡାକି ଶାନ୍ତି ଫେରାଇ ଆଣିବା ପାଇଁ ଯଦି ବିଶ୍ୱ ହିନ୍ଦୁ ପରିଷଦର ମଧ୍ୟସ୍ଥତା ଚାହାନ୍ତି ତେବେ ସେମାନେ ପ୍ରସ୍ତୁତ ବୋଲି ଉଭୟ ଗୋଷ୍ଠୀର ସାଧୁଓ  ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ।

nis-ad
Leave A Reply

Your email address will not be published.