ଶ୍ରୀଅରବିନ୍ଦଙ୍କ ସିଦ୍ଧି ଦିବସ ପାଳିତ

ବୁଗୁଡ଼ା : ସ୍ଥାନୀୟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପକ୍ଷରୁ ସ୍ବପରିସରରେ ଶ୍ରୀ ଅରବିନ୍ଦଙ୍କ ୯୭ତମ ସିଦ୍ଧି ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ପ୍ରାତଃ କାଳରେ ମନ୍ତ୍ରଜପ ଓ ପୂର୍ବାହ୍ନରେ ମାତୃ ପତାକା ଉତ୍ତୋଳନ ସହ ଶିକ୍ଷାକେନ୍ଦ୍ରର ସଭାପତି ୟୁ.ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ପୌରହିତ୍ୟରେ ଏକ ସଭାକାର୍ଯ୍ଯ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ରଘୁନାଥ ସାହୁ , ମୁଖ୍ୟ ବକ୍ତା ଭାବେ ମାତୃପ୍ରେମୀ ଟି.ସୁଦର୍ଶନ ପାତ୍ର ଓ ସମ୍ମାନିତ ଅତିଥି ଭାବେ ଶିକ୍ଷାକେନ୍ଦ୍ରର ପ୍ରାକ୍ତନ ଅଧ୍ଯକ୍ଷ ପ୍ରଫୁଲ୍ଲ ଚନ୍ଦ୍ର ପାଢୀ ପ୍ରମୁଖ ଯୋଗ ଦେଇ ମହାଯୋଗୀ ଶ୍ରୀ ଅରବିନ୍ଦଙ୍କ ସିଦ୍ଧି ପ୍ରାପ୍ତ ସମ୍ପର୍କେ ଆଲୋକପାତ କରିଥିଲେ । ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ହରିହର ମହାରଣାଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଅନ୍ଯ ଅପା ଓ ଭାଇମାନେ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.