ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ

ଭୁବନେଶ୍ୱର ୨୪।୧୧ : ପାରିବାରିକ କଳହର କରୁଣ ପରିଣତି । ନିମିଷକେ ଭାଙ୍ଗିଗଲା ପରିବାର । ସ୍ୱାମୀର ତଣ୍ଟି ଚିପି ହତ୍ୟା ସ୍ତ୍ରୀ । ହତ୍ୟାକାରୀ ସ୍ତ୍ରୀକୁ ଗିରଫ କରିଛି ପୋଲିସ ।  ସୁନ୍ଦରଗଡ଼ ଟାଉନ୍‌ ଥାନା ଶ୍ରୀରାମ ନଗରରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ।

ଖବର ଅନୁଯାୟୀ,  ଶ୍ରୀରାମ ନଗରରେ ହେମନ୍ତ ବାଘ ଓ ପତ୍ନୀ ସବିତା ବାଘ ୨ ପିଲାଙ୍କ ସହ ଭଡା ଘରେ ରହୁଥିଲେ। ହେମନ୍ତ ଆଇଟିଡିଏ ବୋଲେରୋ ଗାଡିର ଚାଳକ ଭାବେ କାର୍ଯ୍ୟ କରୁଥିଲେ। ବୁଧବାର ସନ୍ଧ୍ୟାରେ ହେମନ୍ତ ଡିୟୁଟିରୁ ଗଲା ପରେ ରାତିରେ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ହୋଇଥିଲା। ହେମନ୍ତ ମଦ ପିଇ ପାଟିତୁଣ୍ଡ କରିବାରୁ ସବିତା ତାଙ୍କ ଚୂନିରେ ହେମନ୍ତଙ୍କ ତଣ୍ଟିରେ ଗୁଡାଇ ଟାଣି ଧରିଥିଲେ। ଫଳରେ ଶ୍ଵାସରୁଦ୍ଧ ହୋଇ ହେମନ୍ତଙ୍କ ମୃତ୍ୟୁ ଘଟିଥିଲା।

ସବିତା ଶବକୁ ଖଟରେ ଶୁଆଇ ପରିବାର ଲୋକଙ୍କୁ ଫୋନ୍ କରି ଜଣାଇଥିଲେ। ଏହାପରେ ଆମ୍ଵୁଲାନ୍ସ ଯୋଗେ ହେମନ୍ତଙ୍କୁ ମେଡିକାଲ ନେଇଥିଲେ। ହେଲେ ଡାକ୍ତର ସେଠାରେ ହେମନ୍ତଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ସେପଟେ ଖବର ପାଇ ଟାଉନ ଥାନା ପୋଲିସ ଡାକ୍ତରଖାନାରେ ପହଞ୍ଚି ସବିତାଙ୍କୁ ଗିରଫ କରିଛି। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

nis-ad
Leave A Reply

Your email address will not be published.