ସମ୍ୱଲପୁର, ୨୧।୧୧: ତହସିଲଦାରଙ୍କୁ ରାସ୍ତାରେ ଚଲାଇ ଚଲାଇ ନେଲେ ଲୋକେ । ଅଧିକାରୀଙ୍କୁ ଘେରି ଯାଇ ପାଖାପାଖି ୨କିଲୋମିଟର ଚଲାଇଛନ୍ତି ସ୍ଥାନୀୟ ଲୋକେ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳଠାରେ । ବିନା କୌଣସି ନୋଟିସରେ ନାକଟିଦେଉଳ ତଣ୍ଡାବିରା ଛକରେ ଆଦିବାସୀଙ୍କ ଘର ଭାଙ୍ଗିବାକୁ ନର୍ଦ୍ଦେଶ ଦେଇଥିବା ସହ ଉଚ୍ଛେଦ ମଧ୍ୟ କରିଥିଲେ ତହସିଲଦାର ।
ଆଜି ଏହାର ବିରୋଧ କରି ଆରଆଇ ଅଫିସ ଘେରିଥିଲେ ବହୁ ଆଦିବାସୀ । ଆନ୍ଦୋଳନକାରୀଙ୍କୁ ବୁଝାଇବାକୁ ଆସିଥିବା ତହସିଲଦାର ସୁକାନ୍ତ ନାୟକଙ୍କୁ ସ୍ଥାନୀୟ ଲୋକେ ଉଚ୍ଛେଦ ହୋଇଥିବା ସ୍ଥାନ ଯାଏଁ ଚଲାଇ ଚଲାଇ ନେଇଥିଲେ । ସୂଚନା ଅନୁସାରେ ସରକାରୀ ହସ୍ପିଟାଲ ପାଇଁ ଏହି ଉଚ୍ଛେଦ କାର୍ଯ୍ୟ କରାଯାଇଥିବା ପ୍ରଶାସନ ଦର୍ଶାଇ ଏହି ଉଚ୍ଛେଦ କରୁଛି ।