ବନ୍ୟପ୍ରାଣୀ ଶିକାର ଯୋଜନା, ବିଦ୍ୟୁତ ତାର ଓ ସାମଗ୍ରୀ ଜବତ…


ବୁଗୁଡ଼ା : ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡ଼ା ବନାଞ୍ଚଳରେ ମାତିଛନ୍ତି ବନ୍ୟପ୍ରାଣୀ ଶିକାରୀ l ଏପଟେ ବନ ବିଭାଗ ପକ୍ଷରୁ “ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା” ସଚେତନ ରଥର ଶୁଭାରମ୍ଭ ହୋଇଥିବାବେଳେ ଅନ୍ୟପଟେ ଶିକାରୀମାନେ ବନ୍ୟପ୍ରାଣୀ ଶିକାର ପାଇଁ ବିଦ୍ୟୁତ ତାର ବିଛାଇବା ଘଟଣା କମିବାର ନାଁ ଧରୁନି l ଆଜି ବୁଗୁଡ଼ା ବନାଞ୍ଚଳର ଉଦୟପୁର ବିଟ୍ ଅଧୀନରେ ଥିବା କରସିଙ୍ଗି ଗ୍ରାମର ବଞ୍ଜର କାଜୁତୋଟା ଠାରେ ଶିକାରୀମାନେ ବନ୍ୟପ୍ରାଣୀ ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇ ଥିବା ଦେଖିଲା ପରେ ବିଦ୍ୟୁତ ବିଭାଗର କିଛି କର୍ମଚାରୀ ବନ ବିଭାଗକୁ ଖବର ଦେବାପରେ ବନରକ୍ଷୀ ହୃଷିକେଶ ପାଣିଗ୍ରାହୀ ଏବଂ ଲାଇନ୍ ମ୍ୟାନ୍ ମିର୍ଜା ଅଲ୍ଲୀ ବାଗ ଘଟଣା ସ୍ଥଳରେ ପହଞ୍ଚି ତାର ଖୋଲିବା ସହିତ ଘଟଣା ସ୍ଥଳରୁ ୬୦୦ ମିଟର ଜିଆଇ ତାର ଏବଂ ବ୍ୟବହୃତ ବାଉଁଶ , କାଚ ବୋତଲ ଜବତ କରିଥିଲେ ହେଁ ଶିକାରୀକୁ ଧରିବା ପାଇଁ କୌଣସି ପଦକ୍ଷେପ ନେଇ ନଥିବା କରସିଙ୍ଗି ଗ୍ରାମବାସୀ ଅଭିଯୋଗ କରିଛନ୍ତି l ବୁଗୁଡ଼ା ବନାଞ୍ଚଳରେ ଶିକାରୀ ଦଳ ସକ୍ରିୟ ଥିବାବେଳେ ବନ ବିଭାଗ ଏଥିପ୍ରତି କୌଣସି ଉଚିତ ପଦକ୍ଷେପ ନେଉ ନାହିଁ କି ରାତ୍ରି କାଳୀନ ପ୍ରହରା ଦେଉନଥିବାରୁ ଶିକାରୀମାନେ ଅବାଧରେ ଶିକାର କରୁଛନ୍ତି l ନିକଟରେ ବୁଗୁଡ଼ା ଅଞ୍ଚଳରେ ଶିକାରୀଙ୍କ ଫାସରେ ପଡି ଏକ ହାତୀ ଛୁଆର ମୃତ୍ୟୁ ଘଟଣା ଘଟିଥିଲେ ହେଁ ବନ ବିଭାଗ ତତ୍ପର ନହେବା ବନ ବିଭାଗର କାର୍ଯ୍ୟ ଦକ୍ଷତା ପ୍ରତି ପ୍ରଶ୍ନ ବାଚୀ ସୃଷ୍ଟି କରିଛି l

nis-ad
Leave A Reply

Your email address will not be published.