ଫୁଲବାଣୀ,ବନଜ୍ୟୋତ୍ସ୍ନା ସାହିତ୍ୟ ସଂସଦର ଦ୍ବିବାର୍ଷିକ କର୍ମକର୍ତ୍ତା ଚୟନ

ଫୁଲବାଣୀ, ୨୦ା୧୧ : ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବନଜ୍ୟୋତ୍ସ୍ନା ସାହିତ୍ୟ ସଂସଦର ଏକ ସାଧାରଣ ପରିଷଦ ବୈଠକ, ଫୁଲବାଣୀ ସୂଚନା ଓ ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟ ଠାରେ ଅନୁଷ୍ଠାନର ସଭ୍ୟ/ ସଭ୍ୟାଙ୍କ ଉପସ୍ଥିତିରେ ଆଗାମୀ ତ୍ରୟୋଦଶ ପୁସ୍ତକ ମେଳା ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ ସହ ଓ ପଞ୍ଚଦଶ କର୍ମକର୍ତାଚୟନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଗାମୀ ୨୦୨୩ ଫେବୃୟାରୀ ୧୨ ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ତ୍ରୟୋଦଶ ବନଜ୍ୟୋତ୍ସ୍ନା ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ପାଳନ ପାଇଁ ସର୍ବସମ୍ମତି କ୍ରମେ ସ୍ଥିର କରାଯାଇଛି । କର୍ମକର୍ତ୍ତା ଚୟନ ପ୍ରକ୍ରିୟାରେ ଅବସରପ୍ରପ୍ତ ସେନା ଅଧିକାରୀ ତଥା ସାହିତ୍ୟାନୁରାଗି, ବିଷ୍ଣୁ ପ୍ରସାଦ ମିଶ୍ରଙ୍କ ନିର୍ବାଚନ ପରିଚାଳନାରେ ଆଗାମୀ ଦୁଇ ବର୍ଷ ପାଇଁ ପଞ୍ଚଦଶ ନିର୍ବାଚନ ଓ କର୍ମକର୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସର୍ବସମ୍ମତି କ୍ରମେ,ଦ୍ୱିତୀୟ ଥର ପାଇଁ, ସଭାପତି ଭାବେ-ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ବେହେରା ନିର୍ବାଚିତ ହୋଇଛନ୍ତି । ସେହିପରି ଉପ ସଭାପତି ଭାବେ- ସୁଜିତ୍ କୁମାର ବେହେରା ଏବଂ ଶରତଚନ୍ଦ୍ର ମହାନ୍ତି ମନୋନୀତ ହୋଇଥିବା ବେଳେ ଅନୁଷ୍ଠାନର ମୁଖ୍ୟ ସମ୍ପାଦକ ଭାବେ ପୁନର୍ବାର,ଡକ୍ଟର କାହ୍ନୁଚରଣ ଶତପଥୀଙ୍କୁ ଚୟନ କରାଯାଇଛି । ସହ ସମ୍ପାଦକ ଭାବେ-ଅବସରପ୍ରାପ୍ତ ଶିକ୍ଷକ, ଓମ୍ ପ୍ରକାଶ ପଣ୍ଡା ଏବଂ ଶିକ୍ଷୟୀତ୍ରୀ,ଶ୍ରମତୀ ସୁନିତୀ ଆଚାରୀ ମନୋନୀତ ହୋଇଛନ୍ତି । ସଙ୍ଗଠନ ସମ୍ପାଦକ ଭାବରେ ଶିକ୍ଷକ ସୋମନାଥ ସାହୁ ଏବଂ ସାଂସ୍କୃତିକ ସମ୍ପାଦିକା ଭାବେ-ଶିକ୍ଷୟୀତ୍ରୀ ଶ୍ରୀମତୀ ବିରାଜିନୀ ମହାପାତ୍ରଙ୍କୁ ଚୟନ କରାଯାଇଛି । କାର୍ଯ୍ୟକାରୀ କମିଟି ନିମନ୍ତେ ସାମ୍ବାଦିକ ପମୋଦ କୁମାର ସାହୁ,ରଞ୍ଜନ କୁମାର ଗିରି,ସୁଶ୍ରୀ ଶିବାନୀ ସୁଆର (ମୁସ୍‌କାନ) ରୂପାମ୍ବିକା ତ୍ରିପାଠୀ ,ସରସ୍ୱତୀ ସାହୁ ଓ ଏନ୍ ଲୀନା ଚାନ୍ଦ ପ୍ରମୁଖଙ୍କୁ ମନୋନୀତ କରାଯାଇଛି । ସେହିପରି ମୁଖ୍ୟ ଉପଦେଷ୍ଟା ଭାବେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ତଥା ପୁର୍ବତନ ସଭାପତି ପ୍ରାଧ୍ୟ୍ୟାପକ, ତୀର୍ଥଜାନୀ ଓ ବରିଷ୍ଠ ଉପଦେଷ୍ଟା ଭାବେ କୈାଶିକ ସାହୁଙ୍କ ସମେତ ବିଷ୍ଣୁ ପ୍ରସାଦ ମିଶ୍ର ଓ ଶିକ୍ଷକ, ବଂଶୀଧର ପଣ୍ଡାଙ୍କୁ ମନୋନୀତ କରାଯାଇଛି । ନିର୍ବାଚନ ଶେଷରେ ନୁତନ କମିଟି ଦାୟୀତ୍ୱ ଗ୍ରହଣ ପରେ, ଅନୁଷ୍ଠାନର ଉନ୍ନତି ଦିଗରେ ସଭାପତି କାର୍ଯ୍ୟ କରିବାକୁ ସମସ୍ତ ସଦସ୍ୟସଦସ୍ୟା ମାନଙ୍କର ସହଯୋଗ କାମନା କରିଥିଲେ । ଏହି ଅବସରରେ ସମସ୍ତଙ୍କ ସମ୍ମତି କ୍ରମେ, ଆଗାମୀ ଫେବୃୟାରୀ ମାସରେ ତ୍ରୟୋଦଶ ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ କରିବା ପାଇଁ ସ୍ଥିର କରାଯାଇଥିବା ବେଳେ ୨୦୨୩ ଜୁନ୍ ମାସ ଠାରୁ ଅନୁଷ୍ଠାନ ତରଫରୁ ପ୍ରତିବର୍ଷ ରଜ ଉତ୍ସବ ପାଳନ କରିବା ପାଇଁ ସ୍ଥିର କରାଯାଇଛି । ପୁସ୍ତକ ମେଳା ଅବସରରେ କନ୍ଧମାଳ ଜିଲ୍ଲାର ବହୁ ବିଶିଷ୍ଟ ପ୍ରତିଭା ଧାରୀ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯିବା ସହିତ ଚଳିତ ବର୍ଷଠାରୁ,କିଛି ରାଜ୍ୟ ସ୍ତରୀୟ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରିବାକୁ ନିଷ୍ପତି ନିଆଯାଇଛି । ସେଥିପାଇଁ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ଅବଦାନ ଥିବା ବ୍ୟକ୍ତି ମାନେ ଆବେଦନ କରିବା ପାଇଁ ସମ୍ପାଦକ ଅନୁରୋଧ କରିଛନ୍ତି । ଏଥରେ ନୂତନ ସଭାପତଙ୍କ ବକ୍ତବ୍ୟ ପରେ ସୁନିତୀ ଆଚାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.