ପ୍ରଲୋଭନ ଦେଖାଇ ନାବାଳିକାକୁ ଦୁଷ୍କର୍ମ ଘଟଣାରେ ସରପଞ୍ଚଙ୍କ ସ୍ୱାମୀ ଗିରଫ

ମୋହନା: ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ସରପଞ୍ଚଙ୍କ ସ୍ୱାମୀ ଗିରଫ। ଗଜପତି ଜିଲ୍ଲା ଅଡବା ଥାନା ଅଞ୍ଚଳରେ ନବମ ଶ୍ରେଣୀ ଛାତ୍ରୀକୁ ବିଭିନ୍ନ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିବା ଅଭିଯୋଗରେ ଅଡବା ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ହେଲେ ମନସି ମଣ୍ଡଳ।

ଘଟଣାକୁ ନେଇ ନାବାଳିକାଙ୍କ ବାପା ଥାନାରେ ଅଭିଯୋଗ କରିବା ପରେ ମାମଲା ସାମ୍ନାକୁ ଆସିଥିଲା। ଖବର ଅନୁସାରେ, ନବମ ଶ୍ରେମୀ ଛାତ୍ରୀ ଦୁଷ୍କର୍ମ ଓ ଗର୍ଭବତୀ ଥିବା ନେଇ ଗତକାଲି ଅଡବା ଥାନାରେ ଅଭିଯୋଗ କରିଥିଲେ ପୀଡିତାଙ୍କ ବାପା। ତାଙ୍କ ଝିଅ ୫ ମାସର ଗର୍ଭବତୀ ଥିବା ସେ ଅଭିଯୋଗରେ ଜଣାଇଥିଲେ।

ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିଲା ପୁଲିସ।  ଏପଟେ ଅଭିଯୁକ୍ତ ମନସୀ କିନ୍ତୁ ଫେରାର ହୋଇଯାଇଥିଲା। ପୁଲିସ୍ ଛାନବିନ କରି ଆଜି ସକାଳୁ ଏକ ଜଙ୍ଗଲୁ ତାକୁ ଗିରଫ କରିଛି। ଏହାପରେ ଡାକ୍ତରୀ ମାଇନା କରିବା ପରେ କୋର୍ଟ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

nis-ad
Leave A Reply

Your email address will not be published.