ଲୋ ଭଲେଟେଜ୍ ଯୋଗୁଁ କ୍ଷତି ସହୁଛି  ଉପଭୋକ୍ତା ଅଭିଯୋଗ ଆଣିଲା   ଭାରତୀୟ ଜାଗରଣ ମଞ୍ଚ

ବ୍ରହ୍ମପୁର : ଲୋ ଭଲେଟେଜ୍ ମାଧ୍ୟମରେ ବିଦ୍ୟୁତ୍ ବିତରଣ କଂପାନୀ ମାନେ ଉପଭୋକ୍ତା ମାନେ ଲୁଟୁଥିବା ଅଭିଯୋଗ କରିଛି ଭାରତୀୟ ଜାଗରଣ ମଂଚ ।
ଏନେଇ ଉତ୍କଳ ଆଶ୍ରମ ସଭାଗୃହରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ବିଦ୍ୟୁତ୍ ସେବା ନିତ୍ୟଆବଶ୍ୟକ ଭାବେ ସମାଜରେ ଆବଶ୍ୟକତା ରହିଛି । ତେବେ ସରକାର ଭାରତୀୟ ବିଦ୍ୟୁତ୍ ଏକ୍ଟ ଲୋ ଭଲଟେଜ୍ ଗ୍ରାହକ ସଂଯୋଗ ପାଇଁ ୨୫୦ ଭୋଲ୍ଟ ଯୋଗାଇଦେବା ପାଇଁ ନୀୟମ ରହିଥିବା ବେଳେ ଓଡ଼ିଶା ସରକାର ଏହାକୁ ୨୩୦ ଭୋଲ୍ଟ କରିଛନ୍ତି । ଫଳରେ ଉପଭୋକ୍ତା ମାନଙ୍କୁ ପ୍ରତ୍ୟକ ମୂହୂର୍ତରେ ସବନିମ୍ନ ଭୋଲଟେଜ୍ ଯୋଗାଇ ଦିଆଯାଉନାହିଁ । ଯାହାକି ବିଦ୍ୟୁତ୍ ଅଧିକା ଖର୍ଚ୍ଚ ହେଉଛି । ଏବଂ ଅଧିକ ୟୁନିଟ୍ ପଇସା ଉପଭୋକ୍ତାଙ୍କୁ ଦେବାକୁ ପଡ଼ୁଛି । ଉପଭୋକ୍ତା ସେହି ସମାନ ବିଦ୍ୟୁତ୍ ଉପକରଣ ପାଇଁ ଅଧିକ ବ୍ୟୟ ପ୍ରଦାନ କରୁଛନ୍ତି । ଏବଂ ବିଦ୍ୟୁତ୍ କ୍ଷେତ୍ରରେ ଯନ୍ତ୍ରଣା ଓ ଆର୍ଥିକ କ୍ଷତି ଭୋଗିବାକୁ ପଡ଼ୁଛି । କମ୍ ଭୋଲଟେଜ୍ କାରଣରୁ ଗ୍ରାହକ ମାନେ ଅତିରିକ୍ତ ୟୁନିଟ୍ ମୂଲ୍ୟ ଦେବାକୁ ବାଧ୍ୟ ହେଉଛନ୍ତି । ଏବଂ ବିଦ୍ୟୁତ୍ ସଂରଜମା ଗୁଡ଼ିକ କ୍ଷତିଗ୍ରସ୍ତ ହେଉଛି । ଗ୍ରାହକଙ୍କୁ ମଧ୍ୟ ଆର୍ଥିକ କ୍ଷତି ସହିବାକୁ ପଡ଼ୁଛି । ଏଣୁ ବିଦ୍ୟୁତ୍ ଉତ୍ପାଦନ ଓ ବିତରଣ ସରକାରଙ୍କ ଦ୍ୱାରା ନୋ ଲସ୍ ନୋ ପ୍ରଫିଟ୍ ଆଧାରରେ ପରିଚାଳିତ କରିବା, ଏକ ସଶକ୍ତ କମିଟି ତତ୍ୱାବଧାନରେ ହାଇଭଲଟେଜ୍ ଷ୍ଟ୍ରାନସପରମ୍ ମାଧ୍ୟମରେ ବିଦ୍ୟୁତ୍ ଗ୍ରାହକଙ୍କୁ ୨୫୦ ଭଲଟେଜ୍ ନିଶ୍ଚିତ କରିବାକୁ ଦାବୀ କରିଛି ସଂଗଠନ । ଯଦି ଏହା ନ ହୁଏ ଆଗାମୀ ଦିନରେ ଜନଆନ୍ଦୋଳନ ଗଢ଼ି ତୋଳିବା ପାଇଁ ଚେତାବୀନ ଦେଇଛି । ଗ୍ରାହକ ମାନଙ୍କୁ କଂପାନୀ ମାନେ ବିଭିନ୍ନ ଆଳରେ ଲୁଟୁଛନ୍ତି । ଫଳରେ ଗରୀବ ଓ ମଧ୍ୟବିର୍ତ ବିଦ୍ୟୁତ୍ ଉପଭୋକ୍ତା ମାନେ ଅଧିକ ୟୁନିଟ୍ ର ବୋଝ ସହିବା ସହିତ ଆର୍ଥିକ କ୍ଷତିଗ୍ରସ୍ତ ହେଉଛନ୍ତି । ତେଣୁ ତୁରନ୍ତ ସରକାର ଏଥି ପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ ଜନଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତ ସଂଗଠନର ଗୁପ୍ତେଶ୍ୱର ଷଡ଼ଙ୍ଗି । ଏହି ଅବସରରେ ପ୍ରାଣଚନ୍ଦ୍ର ପଣ୍ଡା, ହରିକୃଷ୍ଣ ମିଶ୍ର, ଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ |

nis-ad
Leave A Reply

Your email address will not be published.